Categories: ଖେଳ

ରବି ଶାସ୍ତ୍ରୀଙ୍କ ଉପରେ ବର୍ଷିଲେ ରୋହିତ ଶର୍ମା

ଅହମ୍ମଦାବାଦ,୯।୩: ଭାରତୀୟ ଅଧିନାୟକ ରୋହିତ ଶର୍ମା ପୂର୍ବତନ ମୁଖ୍ୟ କୋଚ ରବି ଶାସ୍ତ୍ରୀଙ୍କ ମନ୍ତବ୍ୟକୁ ‘ନିରର୍ଥକ’ ବୋଲି କହିଛନ୍ତି। ଭାରତ ଅଷ୍ଟ୍ରେଲିଆଠାରୁ ତୃତୀୟ ଟେଷ୍ଟ ପରାଜୟ ପରେ ରବି ଶାସ୍ତ୍ରୀ କହିଥିଲେ, ଅତ୍ୟଧିକ ଆତ୍ମବିଶ୍ୱାସ କାରଣରୁ ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷ ଇନ୍ଦୋର ଟେଷ୍ଟ ମ୍ୟାଚରେ ହାରିଛି।
ଅଧିନାୟକ ରୋହିତ ଶର୍ମା କହିଛନ୍ତି, ସତ କହିବାକୁ ଗଲେ, ଯେତେବେଳେ ତୁମେ ଦୁଇଟି ମ୍ୟାଚ ଜିତିବ, ବାହାରେ ଥିବା ଲୋକମାନେ ଅନୁଭବ କରନ୍ତି ଯେ ଆମେ ଅତ୍ୟଧିକ ଆତ୍ମବିଶ୍ୱାସୀ। ଏହା ସମ୍ପୂର୍ଣ୍ଣ ନିରର୍ଥକ କାରଣ ଆପଣ ଚାରୋଟି ମ୍ୟାଚ୍‌ରେ ନିଜର ଶ୍ରେଷ୍ଠ ଦେବାକୁ ଚାହୁଁଛନ୍ତି। ଦୁଇଟି ମ୍ୟାଚ ଜିତିବା ପରେ ସମସ୍ତେ ଚାହିଁବେ ତୃତୀୟ ମ୍ୟାଚ୍‌ ଜିତିବାକୁ ଚାହିଁବେ। ରବି ନିଜେ ଏହି ଡ୍ରେସିଂ ରୁମର ଏକ ଅଂଶ ହୋଇସାରିଛନ୍ତି ଏବଂ ସେ ଜାଣନ୍ତି ଯେ ଆମେ ଖେଳିବାବେଳେ ଆମର କି ପ୍ରକାର ମାନସିକତା ଅଛି। ତେଣୁ ସେ ଏପରି କହିବା ସମ୍ପୂର୍ଣ୍ଣ ନିରର୍ଥକ। ସୂଚନାଯୋଗ୍ୟ, ରବି ଶାସ୍ତ୍ରୀ ୨୦୧୪ ପରେ ୬ ବର୍ଷ ପର୍ଯ୍ୟନ୍ତ ଭାରତୀୟ ଦଳର ମୁଖ୍ୟ କୋଚ ଥିଲେ।

Share