ଅହମ୍ମଦାବାଦ,୧୯।୧୧: ମହା ମୁକାବିଲା ବାସ୍ ଆଉ କିଛି ସମୟ ବାକି ରହିଲା। ଭାରତ-ଅଷ୍ଟ୍ରେଲିଆ ମ୍ୟାଚକୁ ନେଇ ଫ୍ୟାନ୍ସଙ୍କ ଛାତି ଧକ୍ ଧକ୍ ହେଉଥିବାବେଳେ ସବୁଠି ମ୍ୟାଚ ନେଇ କ୍ରେଜ ଦେଖିବାକୁ ମିଳିଛି। ମ୍ୟାଚ ପୂର୍ବରୁ ଗୋଟିକ ପରେ ଗୋଟିଏ ସେଲିବ୍ରେଟି ଅହମ୍ମଦାବାଦ ପହଞ୍ଚି ସାରିଛନ୍ତି। ଏହାରି ଭିତରେ ପୁରା ବିଶ୍ୱକପରେ ଚର୍ଚ୍ଚାରେ ଥିବା ସଚ୍ଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଅହମ୍ମଦାବାଦ ପହଞ୍ଚିଛନ୍ତି। ସାରା ମ୍ୟାଚର ଗୋଟିଏ ଦିନ ପୂର୍ବରୁ ପହଞ୍ଚିଛନ୍ତି। ଏନେଇ ଇନଷ୍ଟାଗ୍ରାମରେ ଫଟୋ ଶେୟାର କରିଛନ୍ତି।
ସାରା ଅହମ୍ମଦାବାଦ ପହଞ୍ଚିବା ପରେ ସୋସିଆଲ ମିଡିଆରେ ଶୁଭମନଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଫ୍ୟାନ୍ସ ସାରାଙ୍କୁ ଶୁଭମନଙ୍କ ଲକି ଚାର୍ମ କହିଛନ୍ତି। କାରଣ ଯେବେ ବି ସାରା ଷ୍ଟାଡିୟମରେ ଥାଆନ୍ତି ଗିଲ ଅର୍ଦ୍ଦଶତକ କରନ୍ତି। ଏପରିକି ଏହି ବିଶ୍ୱକପରେ ଗିଲ ୪ଟି ଅର୍ଦ୍ଦଶତକ ନିମ ନାଁରେ କରିଛନ୍ତି। ବାଗଂଦେଶ, ଶ୍ରୀଲଙ୍କା ଓ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ସାରା ଗିଲଙ୍କୁ ଚିୟର୍ସ କରିବାକୁ ଷ୍ଟାଡିୟମ ପହଞ୍ଚିଥିଲେ। ଏହି ସମୟରେ ଗିଲ୍ ହିଟ୍ ପରେ ହିଟ୍ କରି ଚାଲିଥିଲେ।