ହାଇଦ୍ରାବାଦ,୨୨।୯: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ। ସେପ୍ଟେମ୍ବର ୨୫ରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ ପୂର୍ବରୁ ଟିକେଟ ବିକ୍ରିକୁ ହଙ୍ଗାମା ସୃଷ୍ଟି ହୋଇଛି। ଟିକେଟ କିଣିବା ପାଇଁ ଷ୍ଟାଡିୟମ ବାହାରେ ଏତେ ଭିଡ ହୋଇଥିଲା ଯେ ପୋଲିସ ସେମାନଙ୍କୁ ରୋକିବାକୁ କାଠିଗର ପାର ହୋଇଥିଲା। କ୍ରିକେଟ ପ୍ରେମୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ଲାଠିଚାର୍ଜ କରିବାକୁ ପଡୁଥିଲା। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏଥିରେ ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, ପ୍ରଶଂସକମାନେ ରାତିସାରା ଜିମ୍ଖାନା ଗ୍ରାଉଣ୍ଡ ବାହାରେ ଲାଇନରେ ଛିଡା ହୋଇଥିଲେ। ଟିକେଟ ବିକ୍ରି ଆଜି ସକାଳ ୧୦ଟାରୁ ଆରମ୍ଭ ହୋଇଥିଲା ପ୍ରଶଂସକମାନେ ପ୍ରାୟ ୧୨ ଘଣ୍ଟା ଧରି ଲାଇନରେ ଅପେକ୍ଷା କରିଥିଲେ। ପ୍ରବଳ ଜନସମାଗମ ହେତୁ ଦଳଚକଟା ମଧ୍ୟ ହୋଇଥିଲା। ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା।