Categories: ଖେଳ

ଟସ୍‌ ଜିତି ଭାରତର ବୋଲିଂ ନିଷ୍ପତ୍ତି

ମୋହଲି,୨୨।୯: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମୁକାବିଲା ଶୁକ୍ରବାରଠୁ ଆରମ୍ଭ ହୋଇଛି। ଆଇଏସ ବିନ୍ଦ୍ରା ପଞ୍ଜାବ କ୍ରିକେଟ ଆସୋସିଏଶନ ମଇଦାନରେ ଖେଳାଯାଉଥିବା ପ୍ରଥମ ମ୍ୟାଚରେ ଭାରତ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଅଷ୍ଟ୍ରେଲିଆ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇବ।

ଅଷ୍ଟ୍ରେଲିଆ: ଡେଭିଡ ୱାର୍ନର, ମିଶେଲ ମାର୍ଶ, ଷ୍ଟିଭେନ ସ୍ମିଥ, ମାର୍ନସ ଲାବୁଶେନ, କ୍ୟାମେରନ ଗ୍ରୀନ, ଜୋସ ଇଂଲିସ(ଉଇକେଟ୍‌ କିପର) ମାର୍କସ ଷ୍ଟୋଇନିସ, ମାଥ୍ୟୁ ସର୍ଟ, ପ୍ୟାଟ କମିନ୍ସ (ଅଧିନାୟକ), ସିନ ଆବଟ୍ଟ, ଆଦାମ ଜାମ୍ପା।

ଭାରତ: ଶୁବମାନ ଗିଲ, ଋତୁରାଜ ଗାୟକୱାଡ, ଶ୍ରେୟସ ଆୟର, କେ.ଏଲ ରାହୁଲ (ଉଇକେଟ୍‌ କିପର / ଅଧିନାୟକ), ଇଶାନ କିଶନ, ସୂର୍ଯ୍ୟକୁମାର ଯାଦବ, ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ, ଶାର୍ଦ୍ଦୁଲ ଠାକୁର, ଜସପ୍ରୀତ ବୁମ୍‌ରା, ମହମ୍ମଦ ଶାମି।

Share