Categories: ଖେଳ

ବାଂଲାଦେଶ ବିପକ୍ଷରେ ବିଜୟ ହାସଲ କଲା ଭାରତ

ପୁଣେ,୧୯।୧୦: ଭାରତ ଏବଂ ବାଂଲାଦେଶ ମଧ୍ୟରେ ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ଖେଳାଯାଇଛି। ମ୍ୟାଚରେ ଭାରତ ବାଂଲାଦେଶକୁ ୭ ଉଇକେଟ୍‌ରେ ପରାସ୍ତ କରି ବିଜୟୀ ହୋଇଛି। ସୂଚନାଯୋଗ୍ୟ, ମ୍ୟାଚରେ ପ୍ରଥମେ ବାଂଲାଦେଶ ବ୍ୟାଟିଂ କରି ୫୦ ଓଭରରେ ୮ ଉଇକେଟ୍‌ ହରାଇ ୨୫୬ ରନରେ ସୀମିତ ରହିଥିଲା। ଫଳରେ ଭାରତ ଆଗରେ ୨୫୭ ରନ୍‌ର ଲକ୍ଷ୍ୟ ଥିଲା। ତେବେ ଭାରତ ଏହାର ଜବାବରେ ୩ ଉଇକେଟ୍‌ ହରାଇ ୪୧.୩ ଓଭରରେ ୨୬୧ ରନ୍‌ କରି ବାଂଲାଦେଶ ବିପକ୍ଷରେ ବିଜୟ ହାସଲ କରିଛି।

Share