Posted inଖେଳ

ବାଂଲାଦେଶ ଚିତ୍‌ପଟାଙ୍ଗ: ଭାରତକୁ ମାତ୍ର ୯୫ ରନ୍‌ର ଟାର୍ଗେଟ୍‌

କାନପୁର,୧।୧୦: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ କାନପୁରରେ ଚାଲିଛି। ଆଜି ଏହି ଟେଷ୍ଟର ଶେଷ ଦିନ। ଦ୍ୱିତୀୟ ଇନିଂସରେ ବାଂଲାଦେଶ ୧୪୬ ରନ୍‌ରେ ଅଲଆଉଟ୍‌ ହୋଇଛି। ପ୍ରଥମ ଇନିଂସରେ ବାଂଲାଦେଶ ୨୩୩ ରନ ସଂଗ୍ରହ କରିଥିଲା। ଏଥି ସହିତ ୯ ଉଇକେଟ୍‌ ହରାଇ ୨୮୫ ରନ ସ୍କୋର କରିବା ପରେ ଭାରତ ପ୍ରଥମ ଇନିଂସ ଘୋଷଣା କରିଥିଲା। ତା’ପରେ ଭାରତୀୟ ଦଳ ୫୨ ରନ୍‌ରେ ଅଗ୍ରଣୀ ହାସଲ କରିଥିଲା। ତେବେ ଦ୍ୱିତୀୟ ଇନିଂସରେ ବାଂଲାଦେଶ ଦଳ ୧୪୬ ରନ ସ୍କୋର କରି ଭାରତ ଉପରେ ୯୪ ରନ ଅଗ୍ରଣୀ ହାସଲ କରିଥିଲା। ଏହି ପରିପ୍ରେକ୍ଷୀରେ ଭାରତ ୯୫ ରନର ଲକ୍ଷ୍ୟ ହାସଲ କରିଛି।
ମଙ୍ଗଳବାର ବାଂଲାଦେଶ ଦଳ ୨୬ ରନ୍‌ରୁ ଖେଳିବା ଆରମ୍ଭ କରିଥିଲା ଏବଂ ୧୨୦ ରନ ସ୍କୋର କରିବାରେ ବାକି ୮ଟି ଉଇକେଟ ହରାଇଥିଲା। ବାଂଲାଦେଶ ପାଇଁ ସଦମାନ ଇସଲାମ ସର୍ବାଧିକ ୫୦ ରନ ସଂଗ୍ରହ କରିଥିଲେ। ସେ ୧୦୧ ବଲ୍‌ରେ ୧୦ ଚୌକା ମାରିଥିଲେ। ଏହା ବ୍ୟତୀତ ମୋମିନୁଲ ହକ (୨), ଅଧିନାୟକ ନାଜମୁଲ ସାଣ୍ଟୋ (୧୯), ମୁଶଫିକୁର ରହୀମ (୩୭), ଲିଟନ ଦାସ (୧), ମେହେଦି ହାସନ ମିରାଜ (୯) କରିଛନ୍ତି। ଶକିଲ ଅଲ ହାସନ ଏବଂ ତାଇଜୁଲ ଇସଲାମ ଆକାଉଣ୍ଟ ମଧ୍ୟ ଖୋଲିପାରି ନ ଥିଲେ। ଏହାପୂର୍ବରୁ ସୋମବାର ଜାକିର ହାସନ (୧୦) ଏବଂ ହାସନ ମହମୁଦ (୨) ଆଉଟ ହୋଇଥିଲେ। ଭାରତ ପାଇଁ ଜସପ୍ରୀତ ବୁମ୍‌ରା, ଆର ଅଶ୍ୱିନ ଏବଂ ରବିନ୍ଦ୍ର ଜାଡେଜା ପ୍ରତ୍ୟେକ ୨ଟି ଉଇକେଟ ନେଇଥିଲେ। ଆକାଶ ଦୀପ ଗୋଟିଏ ଉଇକେଟ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତର କ୍ଲିନ୍‌ସୁଇପ୍‌ ପରେ ଡବ୍ଲୁଟିସି ପଏଣ୍ଟ ଟେବୁଲ୍‌ରେ ବଡ଼ ଓଲଟପାଲଟ

କାନପୁର,୧।୧୦: କାନପୁରରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଭାରତ ବାଂଲାଦେଶକୁ ୭ ଉଇକେଟରେ ପରାସ୍ତ କରି ସିରିଜକୁ ୨-୦ରେ ହାତେଇଛି। ଏହାପୂର୍ବରୁ ଟିମ ଇଣ୍ଡିଆ ଚେନ୍ନାଇରେ ୨୮୦...

ବାଂଲାଦେଶକୁ ଧୂଳିଚଟେଇଲା ଭାରତ: ୨-୦ରେ ସିରିଜ୍‌ ଜିତିଲା

କାନପୁର,୧।୧୦:କାନପୁର ଟେଷ୍ଟରେ ଭାରତ ବାଂଲାଦେଶକୁ ୭ ଉଇକେଟରେ ପରାସ୍ତ କରି ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ୨-୦ରେ ଜିତିଛି। ଟିମ ଇଣ୍ଡିଆର ୯୫ ରନ...

ଅଚାନକ ଟିମ୍‌ ଇଣ୍ଡିଆରେ ବଡ଼ ପରିବର୍ତ୍ତନ: ଟେଷ୍ଟ ସିରିଜ୍‌ ଚାଲିଥିବାବେଳେ ୩ ଖେଳାଳିଙ୍କୁ ଦଳରୁ ବିଦା କଲା ବିସିସିଆଇ

ନୂଆଦିଲ୍ଲୀ,୧।୧୦: କାନପୁରରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଖେଳାଯାଉଛି। ମ୍ୟାଚର ଚାରି ଦିନ ସମାପ୍ତ ହୋଇଛି ଏବଂ ଆଜି ହେଉଛି ପଞ୍ଚମ ଦିନ।...

୨୦୨୫ ଆଇପିଏଲରେ ଆରସିବି ପାଇଁ ଖେଳିବେ ରାହୁଲ! ବଡ଼ ସଙ୍କେତ ଦେଲା ଫ୍ରାଞ୍ଚାଇଜ୍‌

ନୂଆଦିଲ୍ଲୀ,୧।୧୦: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ୨୭ ସେପ୍ଟେମ୍ବରରୁ ଖେଳାଯାଉଛି, କିନ୍ତୁ ଭାରତ ଏହି ମ୍ୟାଚ ପାଇଁ ଚତୁର୍ଥ ଦିନ ବ୍ୟାଟିଂ କରିବାର...

ରୋମାଞ୍ଚକ ସ୍ଥିତିରେ କାନପୁର ଟେଷ୍ଟ: ଭାରତର ଦବ୍‌ଦବା ଜାରି

କାନପୁର,୩୦।୯: କାନପୁରର ଗ୍ରୀନପାର୍କରେ ଭାରତ ଓ ବାଂଲାଦେଶ ମଧରେ ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ଦ୍ୱିତୀୟ ଟେଷ୍ଟ ମ୍ୟାଚ ବେଶ ରୋଚକ ସ୍ଥିତିରେ ରହିଛି। ଲଗାତାର ଦୁଇ...

ଐତିହାସିକ ରେକର୍ଡ କଲେ ବିରାଟ କୋହଲି: ଏମିତି କାରନାମା କରିବାରେ ବିଶ୍ୱର ପ୍ରଥମ କ୍ରିକେଟର୍‌

ନୂଆଦିଲ୍ଳୀ,୩୦।୯: ଅନ୍ତର୍ଜାତୀୟ କ୍ରିକେଟରେ ୨୭,୦୦୦ ରନ ସ୍କୋର କରିବାରେ ବିରାଟ କୋହଲି ବିଶ୍ୱର ଚତୁର୍ଥ କ୍ରିକେଟର ହୋଇଛନ୍ତି। ବାଂଲାଦେଶ ବିପକ୍ଷ କାନପୁର ଟେଷ୍ଟ ମ୍ୟାଚରେ ସେ...

ଆଇପିଏଲ୍‌ରେ ନିଲାମରେ ଭାଙ୍ଗିବ ସବୁ ରେକର୍ଡ: ଏହି ୩ ଖେଳାଳିଙ୍କ ଉପରେ ହେବ ଟଙ୍କା ବର୍ଷା

ନୂଆଦିଲ୍ଲୀ,୩୦।୯: ଆଇପିଏଲ ମେଗା ନିଲାମ ପୂର୍ବରୁ ବିସିସିଆଇ ରିଟେସନ୍‌ ସମ୍ବନ୍ଧୀୟ ନିୟମ ଘୋଷଣା କରିଛି। ଆଇପିଏଲ ଦଳ ସର୍ବାଧିକ ୫ ଖେଳାଳିଙ୍କୁ ବଜାୟ ରଖିବାରେ ସକ୍ଷମ...

ଇତିହାସ ରଚିଲା ଟିମ୍‌ ଇଣ୍ଡିଆ: ବଡ଼ କାରନାମା କଲେ ରୋହିତ-ଯଶସ୍ବୀ ଯୋଡ଼ି

କାନପୁର,୩୦।୯: କାନପୁର ଟେଷ୍ଟରେ ବାଂଲାଦେଶକୁ ଟିମ ଇଣ୍ଡିଆ ଉପଯୁକ୍ତ ଜବାବ ଦେଇଛି। ପ୍ରଥମ ଇନିଂସରେ ରୋହିତ ଶର୍ମା ଏବଂ ଯଶସ୍ବୀ ଜୟସ୍ବାଲ ତାଙ୍କୁ ଏକ ଭଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri