Posted inଖେଳ

ବର୍ଷା ସାଜିଲା ଭିଲିଆନ୍‌: ଅଧାରେ ଅଟକିଲା ଖେଳ

କାନପୁର,୨୭।୯: କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଖେଳାଯାଉଛି। ଏହି ମ୍ୟାଚ୍‌ରେ ବର୍ଷା ଭିଲିଆନ୍‌ ସାଜିଛି। ଭାରତ ପ୍ରଥମେ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଆରମ୍ଭରୁ ବାଂଲାଦେଶୀ ବ୍ୟାଟ୍ସମ୍ୟାନମାନେ ଭାରତୀୟ ବୋଲରଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରିଥିଲେ। ତେବେ କିଛି ସମୟ ପରେ ସେଠାରେ ବର୍ଷା ଆରମ୍ଭ ହୋଇଥିଲା। ବର୍ଷା ଛାଡିବା ପରେ ଖେଳ ଆରମ୍ଭ ହେବାରୁ ଖରାପ ଆଲୋକ ଯୋଗୁ ଖେଳ ବନ୍ଦ ହୋଇଯାଇଥିଲା। ଏବେ କାନପୁରରେ ବର୍ଷା ହେଉଥିବାରୁ ଖେଳ ବନ୍ଦ ରହିଛି। ଖେଳ ବନ୍ଦ ହେବା ବେଳକୁ ବାଂଲାଦେଶ ୩ ଉଇକେଟ୍‌ ହରାଇ ୧୦୭ ରନ୍‌ କରିଛି। ବାଂଲାଦେଶ ପକ୍ଷରୁ ମୋମିନୁଲ୍‌ ହକ୍‌ ୪୦ ରନ୍‌ କରିଥିଲେ। ସେହିପରି ଶଦମାନ ଇସଲାମ ୨୪ ରନ୍‌ କରିଥିବାବେଳେ ନଜମୁଲହୁସେନ୍‌ ସାଣ୍ଟୋ ୩୧ ରନ୍‌ କରିଥିଲେ। ଭାରତ ପକ୍ଷରୁ ଆକାଶ ଦୀପ ୨ଟି ଉଇକେଟ୍‌ ନେଇଥିବାବେଳେ ରବିଚନ୍ଦ୍ରନ୍‌ ଅଶ୍ୱିନ୍‌ ଗୋଟିଏ ଉଇକେଟ୍‌ ନେଇଛନ୍ତି। ଏପର୍ଯ୍ୟନ୍ତ ମାତ୍ର ୩୫ ଓଭର ଖେଳ ହୋଇଛି।

ବର୍ତ୍ତମାନ ସିରିଜରେ ୧-୦ରେ ଆଗୁଆ ରହିଛି। ରୋହିତ ଏବଂ କମ୍ପାନୀ ପ୍ରଥମ ମ୍ୟାଚକୁ ୨୮୦ ରନରେ ଜିତିଥିଲେ। ଏଥି ସହିତ ବାଂଲାଦେଶ ପାଇଁ ମଧ୍ୟ ଏହି ମ୍ୟାଚ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ପାଇଁ ଦୌଡ଼ରେ ରହିବାକୁ ବାଂଲାଦେଶକୁ ଯେକୌଣସି ମୂଲ୍ୟରେ ବିଜୟ ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋହଲିଙ୍କ ପାଇଁ ପାଗଳ ୧୫ ବର୍ଷୀୟ ବାଳକ: ୫୮ କିମି ସାଇକେଲ୍‌ ଯାତ୍ରା କରି ପହଞ୍ଚିଲେ କାନପୁର

କାନପୁର,୨୭।୯: ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଶେଷ ମ୍ୟାଚ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଛି। କାନପୁରର ଗ୍ରୀନ ପାର୍କ କ୍ରିକେଟ ଷ୍ଟାଡିୟମରେ ଏହି...

ସନ୍ୟାସ ନେବାର ୧୦ ଘଣ୍ଟା ପରେ ଫେରିଲେ ଏହି ଅଲରାଉଣ୍ଡର, ଆଇପିଏଲ ୨୦୨୫ ପାଇଁ…

ନୂଆଦିଲ୍ଲୀ,୨୭।୯: ୱେଷ୍ଟଇଣ୍ଡିଜର କିମ୍ବଦନ୍ତୀ ଅଲରାଉଣ୍ଡର ଡୱେନ ବ୍ରାଭୋ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ବ୍ରାଭୋ ନିଜେ ୨୦୨୧ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ। ବର୍ତ୍ତମାନ...

କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ଭାରତ:ଜାଣନ୍ତୁ କେତେବେଳେ,କେଉଁଠି ଦେଖିପାରିବେ ମ୍ୟାଚ୍‌

କାନପୁର, ୨୭ା୯ (ପି.ଟି.):ଭ୍ରମଣକାରୀ ବାଂଲାଦେଶ ବିପକ୍ଷ ଦ୍ୱିତୀୟ ତଥା ଅନ୍ତିମ କ୍ରିକେଟ ଟେଷ୍ଟ ଏଠାରେ ଶୁକ୍ରବାରଠାରୁ ଆରମ୍ଭ ହେବ। ସିରିଜ କ୍ଲିନ୍‌ ସୁଇପ୍‌ କରିବାକୁ ହେଲେ...

କାହିଁକି ହଠାତ୍‌ ଶେଷ ହେଲା ଏହି କ୍ରିକେଟରଙ୍କ କ୍ୟାରିୟର

ନୂଆଦିଲ୍ଲୀ,୨୭।୯: ୱେଷ୍ଟଇଣ୍ଡିଜର ପୂର୍ବତନ ଅଧିନାୟକ ତଥା ଭେଟେରାନ ଖେଳାଳି ଡୱେନ ବ୍ରାଭୋ ସମସ୍ତ ପ୍ରକାର କ୍ରିକେଟ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ଆଘାତ ଯୋଗୁଁ ସେ...

ହଠାତ୍‌ କ୍ରିକେଟ୍‌କୁ ଅଲବିଦା କହି ଚମକାଇଦେଲେ ଏହି କ୍ରିକେଟର୍‌

କାନପୁର,୨୬।୯: ଦ୍ୱିତୀୟ ଟେଷ୍ଟ ଶୁକ୍ରବାରଠାରୁ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯିବ। କାନପୁରର ଗ୍ରୀନ ପାର୍କରେ ଉଭୟ ଦଳ ମୁହାଁମୁହିଁ ହେବେ, କିନ୍ତୁ ଏହାପୂର୍ବରୁ ବାଂଲାଦେଶର...

ମାତ୍ର ୩୫ ରନ୍‌ କରିବା ମାତ୍ରେ ଇତିହାସ ରଚିବେ କୋହଲି: ଭାଙ୍ଗିବେ ‘ବିରାଟ’ ରେକର୍ଡ

ନୂଆଦିଲ୍ଲୀ,୨୬।୯:ଭାରତୀୟ ଦଳର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ନଜର ଏକ ବଡ଼ ରେକର୍ଡ ଉପରେ ରହିଛି। କାନପୁର ଟେଷ୍ଟରେ ସେ ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ...

ମାଲକାନଗିରିକୁ ହରାଇଲା ସମ୍ବଲପୁର, ବରଗଡ଼-କେନ୍ଦୁଝର ମ୍ୟାଚ୍‌ ଅମୀମାଂସିତ

ବରଗଡ଼,୨୫ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲେଙ୍ଗୁ ମିଶ୍ର ଷ୍ଟାଡିୟମ୍‌ରେ ବୁଧବାର ୬୩ତମ ଆନ୍ତଃଜିଲା ସାହାଣୀ କପ୍‌ ଫୁଟବଲ ପ୍ରତିଯୋଗିତା(ସାହାଣୀ କପ୍‌) ଉଦ୍‌ଘାଟିତ ହୋଇଯାଇଛି। ଫୁଟ୍‌ବଲ୍‌ ଆସୋସିଏଶନ ଅଫ୍‌...

ପାକିସ୍ତାନର ପୋଲ୍‌ ଖୋଲିଲା: ଭାରତଠାରୁ କିଛି ଶିଖିବାକୁ ପିସିବିକୁ ପରାମର୍ଶ ଦେଲେ ପୂର୍ବତନ କ୍ରିକେଟର୍‌

ଇସଲାମାବାଦ୍‌,୨୪।୯: ପାକିସ୍ତାନ କ୍ରିକେଟ ଦିନକୁ ଦିନ ତଳସ୍ତରକୁ ଯାଉଛି। ୨୦୨୪ ରେ ଅନୁଷ୍ଠିତ ଟି-୨୦ ବିଶ୍ୱକପରେ ପାକିସ୍ତାନକୁ ପ୍ରଥମ ଥର ପାଇଁ ଟୁର୍ନାମେଣ୍ଟରେ ଭାଗ ନେଉଥିବା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri