Categories: ଖେଳ

ଆଜି ଭାରତ-ବାଂଲାଦେଶ ଦ୍ୱିତୀୟ ଦିନିକିଆ: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ଢାକା,୭।୧୨: ଭାରତ ଏବଂ ବାଂଲାଦେଶ ୩ ମ୍ୟାଚ ବିଶିଷ୍ଟ ସିରିଜର ଦ୍ୱିତୀୟ ଦିନିକିଆରେ ବୁଧବାର ଖେଳାଯିବ ପ୍ରଥମ ମ୍ୟାଚ୍‌ ପରାଜୟ ପରେ ରୋହିତ ଶର୍ମା ନେତୃତ୍ୱାଧୀନ ଭାରତୀୟ ଦଳ ଏହି ମ୍ୟାଚରେ ବିଜୟ ହାସଲ କରିବାକୁ ଚେଷ୍ଟା କରିବ।
ସିରିଜର ଦ୍ୱିତୀୟ ଦିନିକିଆ ମଧ୍ୟ ମୀରପୁରରେ ଖେଳାଯିବ। ସିରିଜରେ ୧-୦ ଆଗୁଆ ଥିବା ବାଂଲାଦେଶ ଏହି ମ୍ୟାଚ୍‌ ଜିତି ସିରିଜ୍‌ ଜିତିବାକୁ ପଡିଆକୁ ଓହ୍ଲାଇବ। ଭାରତ ପାଇଁ ଏକ ଡୁ କିମ୍ବା ଡାଏ ମ୍ୟାଚ ପାଲଟିଛି।
ଭାରତ ଏବଂ ବାଂଲାଦେଶ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ସିରିଜର ଦ୍ୱିତୀୟ ବୁଧବାର ଖେଳାଯିବ। ଏହି ମ୍ୟାଚ୍‌ ମୀରପୁରର ଶେର୍‌-ଇ ବଙ୍ଗଳା ଜାତୀୟ ଷ୍ଟାଡିୟମରେ ଖେଳାଯିବ। ଭାରତୀୟ ସମୟ ସକାଳ ୧୧.୩୦ରୁ ମ୍ୟାଚ୍‌ ଖେଳାଯିବ। ଟସ୍‌ ୧୧ରେ ପଡିବ। ସୋନି ସ୍ପୋର୍ଟସ ନେଟୱାର୍କରେ ବାଂଲାଦେଶ ବିପକ୍ଷ ସିରିଜର ଲାଇଭ ଟେଲିକାଷ୍ଟ ଦେଖିହେବ। ଏହାସହ ଡିଡି ସ୍ପୋଟର୍‌ସରେ ମାଗଣାରେ ଲାଇଭ ଟେଲିକାଷ୍ଟ ଦେଖିହେବ। ସୋନି ଲିଭ ଆପରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ସିରିଜର ଦ୍ୱିତୀୟ ଦିନିକିଆର ଲାଇଭ ଷ୍ଟ୍ରିମିଂ ଆପଣ ଦେଖିପାରିବେ।

Share