Categories: ଖେଳ

ଆଜି ଭାରତ-ବାଂଲାଦେଶ ଶେଷ ଦିନିକିଆ: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ଢାକା,୧୦।୧୨: ଭାରତ ଏବଂ ବାଂଲାଦେଶ ୩ ମ୍ୟାଚ ବିଶିଷ୍ଟ ସିରିଜର ତୃତୀୟ ତଥା ଶେଷ ଦିନିକିଆରେ ଶନିବାର ଖେଳାଯିବ। ବାଲଂଦେଶ ୨ ମ୍ୟାଚ୍‌ ଜିତି ପୂର୍ବରୁ ସିରିଜ୍‌ ବିଜୟ ହୋଇସାରିଛି। ତେଣୁ ଭାରତ ଏହି ମ୍ୟାଚ୍‌ ଜିତି ସମ୍ମାନ ରଖିବାକୁ ଚେଷ୍ଟା କରିବ।
ଭାରତ ଏବଂ ବାଂଲାଦେଶ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ସିରିଜର ତୃତୀୟ ମ୍ୟାଚ୍‌ ଶନିବାର ଖେଳାଯିବ। ଏହି ମ୍ୟାଚ୍‌ ଚିଟ୍ଟାଙ୍ଗଙ୍ଗ ଷ୍ଟାଡିୟମରେ ଖେଳାଯିବ। ଭାରତୀୟ ସମୟ ସକାଳ ୧୧.୩୦ରୁ ମ୍ୟାଚ୍‌ ଖେଳାଯିବ। ଟସ୍‌ ୧୧ରେ ପଡିବ। ସୋନି ସ୍ପୋର୍ଟସ ନେଟୱାର୍କରେ ବାଂଲାଦେଶ ବିପକ୍ଷ ସିରିଜର ଲାଇଭ ଟେଲିକାଷ୍ଟ ଦେଖିହେବ। ଏହାସହ ଡିଡି ସ୍ପୋଟର୍‌ସରେ ମାଗଣାରେ ଲାଇଭ ଟେଲିକାଷ୍ଟ ଦେଖିହେବ। ସୋନି ଲିଭ ଆପରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ସିରିଜର ଦ୍ୱିତୀୟ ଦିନିକିଆର ଲାଇଭ ଷ୍ଟ୍ରିମିଂ ଆପଣ ଦେଖିପାରିବେ।

Share