Categories: ଖେଳ

ଟିମ୍‌ ଇଣ୍ଡିଆ ଆଗରେ ବିଜୟ ଲକ୍ଷ୍ୟ ୨୫୭ ରନ୍‌

ପୁଣେ,୧୯।୧୦: ଭାରତ ଏବଂ ବାଂଲାଦେଶ ଦଳ ପୁଣେରେ ମୁହାଁମୁହିଁ ହୋଇଛନ୍ତି। ମ୍ୟାଚରେ ପ୍ରଥମେ ବାଂଲାଦେଶ ବ୍ୟାଟିଂ କରି ୫୦ ଓଭରରେ ୮ ଉଇକେଟ୍‌ ହରାଇ ୨୫୬ ରନରେ ସୀମିତ ରହିଛି। ଫଳରେ ଟିମ୍‌ ଇଣ୍ଡିଆ ଆଗରେ ବିଜୟ ଲକ୍ଷ୍ୟ ୨୫୭ ରନ୍‌ ରହିଛି। ସୂଚନାଯୋଗ୍ୟ, ମ୍ୟାଚରେ ପ୍ରଥମେ ଟସ୍‌ ଜିତି ବାଂଲାଦେଶ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଆମନ୍ତ୍ରଣ ପାଇଁ ଟିମ୍‌ ଇଣ୍ଡିଆ ବୋଳିଂ କରିବାକୁ ମଇଦାନକୁ ଓହ୍ଲାଇଥିଲା। ଏହି ସମୟରେ ଟିମ୍‌ ଇଣ୍ଡିଆ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ଟିମ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବୋଲିଂ ବେଳେ ଆହତ ହୋଇଛନ୍ତି। ଫଳରେ ତାଙ୍କୁ ବୋଲିଂ ମଝରୁ ମଇଦାନ ଛାଡିବାକୁ ପଡିଥିଲା।

Share