Categories: ଖେଳ

ଆଜି ପ୍ରଥମ ଦିନିକିଆ: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ଲଣ୍ଡନ,୧୨।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଆଜି କେନିଙ୍ଗଷ୍ଟନ ଓଭାଲ ଗ୍ରାଉଣ୍ଡରେ ଖେଳାଯିବ। ଇଂଲଣ୍ଡ ବିପକ୍ଷରେ ଟି -୨୦ ସିରିଜ ଜିତିଥିବା ଟିମ ଇଣ୍ଡିଆ ମନୋବଳ ବେଶ୍‌ ଦୃଢ ରହିଛି। ଏହା ସତ୍ତ୍ୱେ ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ ଆୟର, ଶିଖର ଧାୱନଙ୍କ ଭଳି ବ୍ୟାଟ୍ସମ୍ୟାନଙ୍କ ପାଇଁ ଏହି ସିରିଜ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ଭାରତ ଏପର୍ଯ୍ୟନ୍ତ ଇଂଲଣ୍ଡ ବିପକ୍ଷରେ ୧୦ଟି ଦିନିକିଆ ସିରିଜ୍‌ ଜିତିଛି, କିନ୍ତୁ ଇଂଲଣ୍ଡ ମାଟିରେ କେବଳ ତିନୋଟି ସିରିଜ ଜିତିଛି। ଶେଷ ଥର ପାଇଁ ଭାରତ ୨୦୧୪ରେ ଇଂଲଣ୍ଡରେ ୩-୧ ସିରିଜ୍‌ ବିଜୟ ହାସଲ କରିଥିଲା। ଇଂଲଣ୍ଡ ଏପର୍ଯ୍ୟନ୍ତ ଭାରତ ବିପକ୍ଷରେ ଆଠଟି ସିରିଜ ଜିତିଛି। ଏଭଳି ପରିସ୍ଥିତିରେ ରୋହିତ ଶର୍ମାଙ୍କ ନଜର ସିରିଜ ଜିତିବା ଉପରେ ରହିବ।
ଭାରତ ବନାମ ଇଂଲଣ୍ଡ ପ୍ରଥମ ଦିନିକିଆ ମ୍ୟାଚ୍‌ କେନିଙ୍ଗଟନ ଓଭାଲରେ ଅନୁଷ୍ଠିତ ହେବ। ଏହି ମ୍ୟାଚ୍‌ ଭାରତୀୟ ସମୟ ୫.୩୦ରେ ଆରମ୍ଭ ହେବ। ଟସ୍‌ ୫.୦୦ଟାରେ ହେବ। ସୋନି ସିକ୍ସ ଏବଂ ସୋନି ଏଚ୍‌ଡିରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଦିନିକଆ ମ୍ୟାଚର ଲାଇଭ ଦେଖିହେବ। ସୋନି ଲାଇଭ ଆପରେ ମ୍ୟାଚର ଲାଇଭ ଷ୍ଟ୍ରିମିଂ ଦେଖିପାରିବେ।

ଭାରତ ଦଳ: ରୋହିତ ଶର୍ମା (ଅଧିନାୟକ), ରିଷଭ ପନ୍ତ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦୀପକ ହୁଦା, ଦୀନେଶ କାର୍ତ୍ତିକ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଯୁଜବେନ୍ଦ୍ର ଚହଲ, ଜସପ୍ରୀତ ବୁମ୍‌ରା

ଇଂଲଣ୍ଡ: ଜୋସ ବଟଲର୍‌ (ଅଧିନାୟକ), ଜୋ ରୁଟ, ଡେଭିଡ ମଲାନ, ଲିଆମ ଲିଭିଙ୍ଗଷ୍ଟୋନ, ମୋଇନ ଅଲି, ବେନ ଷ୍ଟୋକ୍ସ, କ୍ରିସ ଜୋର୍ଡାନ, ଡେଭିଡ ୱିଲି, ରିସ ଟୋପଲି, ଟାଇମଲ ମିଲ୍ସ, ରିଚାର୍ଡ ଗଲିସନ

Share