Categories: ଖେଳ

ଇତିହାସ ରଚିବା ଲକ୍ଷ୍ୟରେ ଓହ୍ଲାଇବ ଭାରତ: ଜାଣନ୍ତୁ କେବେ, କେଉଁଠି ଦେଖିବେ ୩ୟ ଟି୨୦

ନୂଆଦିଲ୍ଲୀ,୧୦।୭: ଭାରତ ଓ ଇଂଲଣ୍ଡ ମଧ୍ୟରେ ୩ୟ ତଥା ଶେଷ ଟି-୨୦ ମ୍ୟାଚ ରବିବାର ଟ୍ରେଣ୍ଟ ବ୍ରିଜ୍‌ରେ ଖେଳାଯିବ। ଏହି ମ୍ୟାଚ୍‌ରେ ବିଜୟ ସହ ସିରିଜ କ୍ଲିନ ସୁଇପ କରିବାକୁ ଚେଷ୍ଟା କରିବ ଟିମ ଇଣ୍ଡିଆ।

ଶନିବାର ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଇଂଲଣ୍ଡକୁ ୪୯ ରନ୍‌ରେ ହରାଇଥିଲା ଭାରତ। ଏହାଦ୍ୱାରା ସିରିଜକୁ ଜିତି ନେଇଛି ଦଳ। ଯଦି ଆଜିର ମ୍ୟାଚ୍‌ ଦଳ ଜିତେ ତେବେ ଅଧିନାୟକ ଭାବରେ ରୋହିତ ଶର୍ମା ରେକର୍ଡ କରିବେ।ଲଗାତର ଭାବେ ସେ ୧୯ ମ୍ୟାଚ୍‌ ଜିତିଥିବା ବେଳେ ୨୦ ମ୍ୟାଚ୍‌ ଜିତି ଅଷ୍ଟ୍ରେଲିଆର ପୂର୍ବତନ ସଫଳ ଅଧିନାୟକ ରିକି ପଣ୍ଟିଂଙ୍କ ସମକକ୍ଷ ହେବେ। ୨୦୦୩ରେ ପଣ୍ଟିଂ ଅଧିନାୟକ ଭାବେ ଲଗାତର ୨୦ ମ୍ୟାଚ୍‌ ଜିତିବାର ରେକର୍ଡ କରିଥିଲେ।

ଆସନ୍ତୁ ଜାଣିବା ଏହି ମ୍ୟାଚ୍‌ କେବେ, କେଉଁଠି, କେତେବେଳେ ଖେଳାଯିବ?

କେବେ ଖେଳାଯିବ?
ରବିବାର ସନ୍ଧ୍ୟା ୭ଟାରେ ନଟିଂହାମରେ ଏହି ମ୍ୟାଚ୍‌ ଖେଳାଯିବ।

କେଉଁଠି ଦେଖିପାରିବେ?
ସୋନି ସ୍ପୋଟ୍ସ ନେଟ୍‌ଓ୍ବର୍କରେ ଏହି ମ୍ୟାଚ୍‌ର ସିଧା ପ୍ରସାରଣ କରାଯିବ।

ଅନ୍‌ଲାଇନ୍‌ରେ କେଉଁଠି ଲାଇଭ୍‌ ଷ୍ଟ୍ରିମିଂ ହେବ?
ସୋନି ଲିଭ୍‌ ରେ ଏହାକୁ ଅନ୍‌ଲାଇନ୍‌ରେ ଦେଖିପାରିବେ।

 

Share