Categories: ଖେଳ

୪୧୬ରେ ଅଲଆଉଟ୍‌ ହେଲା ଟିମ୍‌ ଇଣ୍ଡିଆ

ବର୍ମିଂହାମ,୨।୭: ଇଂଲଣ୍ଡ ବିପକ୍ଷ ୫ମ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଇନିଂସରେ ୪୧୬ରନ୍‌ରେ ଅଲ୍‌ଆଉଟ୍‌ ହୋଇଛି ଟିମ୍‌ ଇଣ୍ଡିଆ। ଶନିବାର ଟେଷ୍ଟର ଦ୍ୱିତୀୟ ଦିନର ଖେଳ ୩୩୮/୭ରୁ ଆରମ୍ଭ ହୋଇଥିଲା। ପରେ ଦଳ ମାତ୍ର ୭୮ ରନ୍‌ ସ୍କୋରରେ ଯୋଡ଼ି ୩ ଉଇକେଟ ହରାଇଥିଲା। ଋଷଭ ପନ୍ତ(୧୪୬) ଏବଂ ରବିନ୍ଦ୍ର ଜାଡେଜା(୧୦୪) ରନ୍‌ର ବିସ୍ଫୋରକ ଇନିଂସ ଖେଳି ଭାରତକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଛନ୍ତି।

ପ୍ରକାଶ ଯେ, ଗତ ସିଜନରେ ସ୍ଥଗିତ ରହିଥିବା ଏହି ଟେଷ୍ଟ ସିରିଜରେ ଭାରତୀୟ ଟିମ୍‌ ୨-୧ରେ ଆଗୁଆ ରହିଛି। ଯଦି ଦଳ ଏଜବାଷ୍ଟନ ଟେଷ୍ଟ ନିଜ ନାମରେ କରୁଛି ତେବେ ସହଜରେ ସିରିଜ ଜିତିନେବ।

Share