Posted inଖେଳ

IND Vs ENG: ଭାରତର ପରାଜୟ ପାଇଁ କାହାକୁ ଦାୟୀ କଲେ କୋଚ ରାହୁଲ…

ହାଇଦ୍ରାବାଦ,୨୯।୧ : ହାଇଦ୍ରାବାଦ ଟେଷ୍ଟରେ ଭାରତ ଇଂଲଣ୍ଡ ବିପକ୍ଷରେ ପରାଜୟର ସମ୍ମୁଖୀନ ହୋଇଛି। ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଇଂଲଣ୍ଡ ୧-୦ରେ ଅଗ୍ରଣୀ ହାସଲ କରିଛି। ଏହି ଗ୍ରାଉଣ୍ଡ ଭାରତ ପାଇଁ ବହୁତ ଭାଗ୍ୟବାନ ବୋଲି ପ୍ରମାଣିତ ହୋଇଛି, କିନ୍ତୁ ଟିମ ଇଣ୍ଡିଆକୁ ଇଂଲଣ୍ଡ ବିପକ୍ଷରେ ପରାଜୟର ସାମ୍ନା କରିବାକୁ ପଡିଛି। ୧୪ ବର୍ଷ ପରେ ହାଇଦ୍ରାବାଦରେ ଭାରତ ପରାଜୟର ସମ୍ମୁଖୀନ ହୋଇଛି। ଟିମ ଇଣ୍ଡିଆର ମୁଖ୍ୟ କୋଚ ରାହୁଲ ଦ୍ରାବିଡ କହିଛନ୍ତି ଟିମ ଇଣ୍ଡିଆ କେଉଁଠାରେ ଭୁଲ କରିଛି ଯେଉଁଥିପାଇଁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି।

ଇଂଲଣ୍ଡ ବିପକ୍ଷରେ ଭାରତର ପରାଜୟ ପରେ ମୁଖ୍ୟ ରାହୁଲ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ କହିଛନ୍ତି ଆମେ ୨୩୧ ରନର ଟାର୍ଗେଟକୁ ସହଜରେ ହାସଲ କରିପାରିଥାନ୍ତୁ। େଆମେ ବହୁତ ଶକ୍ତିଶାଳୀ ସ୍ଥିତିରେ ଥିଲୁ, କିନ୍ତୁ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଓଲି ପୋପ ଏକ ଚମତ୍କାର ଇନିଂସ ଖେଳି ଇଂଲଣ୍ଡକୁ ଏକ ଭଲ ଟାର୍ଗେଟକୁ ନେଇଥିଲେ। ପିଛା କରିବା ପାଇଁ ଆମେ ଏକ ସହଜ ଲକ୍ଷ୍ୟ ପାଇ ପାରିଥାନ୍ତୁ କିନ୍ତୁ ପୋପଙ୍କ ଯୋଗୁ ଟାର୍ଗେଟ ବଡ ହୋଇଗଲା। ଦ୍ରାବିଡ ଆହୁରି କହିଛନ୍ତ ଯେତେବେଳେ ଆମେ ପ୍ରଥମ ଇନିଂସରେ ବ୍ୟାଟିଂ କରୁଥିଲୁ, ପିଚ ବୋଲିଂ ପାଇଁ ଭଲ ଥିଲା, ଆମେ ପ୍ରଥମ ଇନିଂସରେ ଆହୁରି ୭୦ ରନ ସ୍କୋର କରିପାରିଥାନ୍ତୁ, କିନ୍ତୁ ଖେଳର ତୃତୀୟ ଦିନରେ ଆମେ ମାତ୍ର ୧୫ ରନ ସ୍କୋର କରିପାରିଥିଲୁ।

ଟିମ ଇଣ୍ଡିଆ ଭଲ ଖେଳିଛି, କିନ୍ତୁ ଆମକୁ ଆଗକୁ ଅଧିକ ଭଲ ଖେଳିବା ଆବଶ୍ୟକ। ଆମର ତିନିଜଣ ବ୍ୟାଟ୍ସମ୍ୟାନ ଅର୍ଦ୍ଧଶତକ ହାସଲ କରିଥିଲେ, କିନ୍ତୁ ଗୋଟିଏ ବି ଖେଳାଳି ଶତକ ହାସଲ କରିପାରି ନ ଥିଲେ। ଯୁବ ଖେଳାଳିଙ୍କୁ ପ୍ରଶଂସା କରି ରାହୁଲ କହିଛନ୍ତି ଦଳରେ ଅନେକ ଯୁବ ଖେଳାଳି ଅଛନ୍ତି ଯେଉଁମାନେ ପ୍ରାୟତଃ ହ୍ବାଇଟ ବଲ କ୍ରିକେଟ ଖେଳନ୍ତି, ତେଣୁ ଟେଷ୍ଟରେ ସେମାନଙ୍କର ଅଧିକ ଅଭିଜ୍ଞତା ନାହିଁ। ତେବେ ଖେଳାଳିମାନେ ଭାରତ ଏ ପାଇଁ ଭଲ ପ୍ରଦର୍ଶନ କରିବା ପରେ ହିଁ ଏହାକୁ ମୁଖ୍ୟ ଦଳରେ ପହଞ୍ଚାଇବାରେ ସକ୍ଷମ ହୋଇଛନ୍ତି। ଏଭଳି ପରିସ୍ଥିତିରେ ଯୁବ ଖେଳାଳିଙ୍କୁ ଏହି ଅବସ୍ଥାରେ ଆଡଜଷ୍ଟ କରିବାକୁ ସମୟ ଲାଗିବ ।

ଦ୍ରାବିଡ ଭାରତର ସ୍ପିନ ବୋଲରଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଭାରତର ତିନି ସ୍ପିନର ଭଲ ବୋଲିଂ କରୁଛନ୍ତି ଏବଂ ପରବର୍ତ୍ତୀ ମ୍ୟାଚରେ ନିଶ୍ଚିତ ପ୍ରତ୍ୟାବର୍ତ୍ତନ କରିବେ। ଓଲି ପୋପ ସ୍ପିନରଙ୍କ ବିପକ୍ଷରେ ସୁଇପ ସଟ ଖେଳିଥିଲେ, କିନ୍ତୁ ଆମର ସ୍ପିନରମାନେ ନିଶ୍ଚିତ ଭାବରେ ପ୍ରତ୍ୟାବର୍ତ୍ତନ କରିବେ ଏବଂ ପରବର୍ତ୍ତୀ ଟେଷ୍ଟ ମ୍ୟାଚ ରେ ପୋପଙ୍କୁ ଅଟକାଇବାରେ ସଫଳ ହେବେ ।

 

 

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହାତକୁ ଦି’ ହାତ ହେଲେ ପିଭି ସିନ୍ଧୁ

ଭାରତର ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ରାଜସ୍ଥାନର ଉଦୟପୁରରେ ଧୂମଧାମରେ ସେ ବ୍ୟବସାୟୀ ଭେଙ୍କଟ ଦତ୍ତା ସାଇଙ୍କ ହାତ ଧରିଛନ୍ତି।...

ବଡ଼ ରେକର୍ଡ କଲେ ପାଣ୍ଡ୍ୟା: ବିସ୍ଫୋରକ ଇନିଂସ ଖେଳି…

ନୂଆଦିଲ୍ଲୀ,୨୩।୧୨: ବିଜୟ ହଜାରେ ଟ୍ରଫି ୨୦୨୪ରେ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ପ୍ରଥମେ ବ୍ୟାଟିଂ କରି ବରୋଦା ୪୦୦ ରନ ମାର୍କ ଅତିକ୍ରମ କରିଛନ୍ତି। ଏହି ସମୟରେ...

ଭାରତକୁ ମିଳିଗଲା ଲେଡି ଜାହିର ଖାନ୍‌! କୁନି ଝିଅଙ୍କ ଦିଓ୍ବାନା ହେଲେ ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ,୨୩।୧୨: ମହାନ କ୍ରିକେଟର ସଚିନ ତେନ୍ଦୁଲକର ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ଏକ ଛୋଟ ଝିଅ ବୋଲିଂ କରୁଥିବା ଦେଖାଯାଉଛି,...

ମ୍ୟାଚ୍‌ ଚାଲିଥିବାବେଳେ ପଡିଆରେ ମହିଳା ଜନ୍ମଦେଲେ ପୁଅ….ସ୍ମୃତିରେ ରହିଗଲା ପାକିସ୍ତାନ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌

ଜୋହାନ୍ସବର୍ଗ,୨୩।୧୨: ଜୋହାନ୍ସବର୍ଗର ୱାଣ୍ଡର୍ସ ଷ୍ଟାଡିୟମରେ ପାକିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚ କ୍ରିକେଟ ବାହାରେ ଏକ ନିଆରା ଅନୁଭୂତି ଥିଲା।...

କୋହଲିଙ୍କ ନିକଟରେ ସୁବର୍ଣ୍ଣ ସୁଯୋଗ: ମାତ୍ର ୧୩୪ ରନ୍‌ କଲେ ଭାଙ୍ଗିବେ ମହାରେକର୍ଡ

ନୂଆଦିଲ୍ଲୀ,୨୩।୧୨: ବିରାଟ କୋହଲି ବର୍ତ୍ତମାନର ଅଷ୍ଟ୍ରେଲିଆ ଗସ୍ତ ଏକ ଶତକରୁ ଆରମ୍ଭ କରିଥିଲେ। କିନ୍ତୁ ପରବର୍ତ୍ତୀ ଦୁଇଟି ଟେଷ୍ଟ ମ୍ୟାଚରେ ତାଙ୍କ ବ୍ୟାଟ ଚୁପ ରହିଥିଲା।...

ଇତିହାସ ରଚିଲା ପାକିସ୍ତାନ: ପ୍ରଥମ ଦଳ ଭାବେ…

ନୂଆଦିଲ୍ଲୀ,୨୩।୧୨:ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ପାକିସ୍ତାନ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ସିରିଜର ତୃତୀୟ ତଥା ଶେଷ ମ୍ୟାଚରେ ଡକ୍‌ୱର୍ଥ-ଲୁଇସ୍‌ ନିୟମ ଅଧୀନରେ ପାକିସ୍ତାନ...

ଭାରତ ଗସ୍ତ ପାଇଁ ଇଂଲଣ୍ଡ ଦଳ ଘୋଷଣା

ଲଣ୍ଡନ,୨୨।୧୨: ଜାନୁଆରୀ ୨୨ରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟି-୨୦ ଏବଂ ଦିନିକିଆ ସିରିଜ ଖେଳାଯିବ। ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ ଏଥିପାଇଁ ଦଳ...

ବକ୍ସିଂ ଡେ ଟେଷ୍ଟ ପୂର୍ବରୁ ଭାରତକୁ ବଡ଼ ଝଟ୍‌କା

ସିଡନୀ,୨୨।୧୨: ଅଷ୍ଟ୍ରେଲିଆ ବିପକ୍ଷ ବକ୍ସିଂ ଡେ ଟେଷ୍ଟ ପୂର୍ବରୁ ଭାରତୀୟ ଅଧିନାୟକ ରୋହିତ ଶର୍ମା ଆହତ ହୋଇଛନ୍ତି। ରବିବାର ଅଭ୍ୟାସ ସମୟରେ ରୋହିତଙ୍କ ଆଣ୍ଠୁରେ ଆଘାତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri