Categories: ଖେଳ

ବିବାହ ପୂର୍ବରୁ ବାପା ହୋଇଥିଲେ ଏହି କ୍ରିକେଟର: ପ୍ରେମିକାଙ୍କ ସାମ୍ନାରେ ଆଣ୍ଠେଇ କରିଥିଲେ ପ୍ରେମ ନିବେଦନ

ଭାରତ ବିପକ୍ଷ ପ୍ରଥମ ଟେଷ୍ଟରେ ଚମତ୍କାର ଶତକ ହାସଲ କରିବା ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ଜଣେ ଭଲ ଖେଳାଳି ସାଙ୍ଗକୁ ପାରିବାରିକ ବ୍ୟକ୍ତି। ତାଙ୍କର ସ୍ତ୍ରୀ ଏବଂ ୨ ପିଲା ଅଛନ୍ତି। ଗତବର୍ଷ ଜୁଲାଇ ୮ରେ ତାଙ୍କର କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ଏହା ପୂର୍ବରୁ ତାଙ୍କର ଏକ ପୁତ୍ର ସନ୍ତା ମଧ୍ୟ ରହିଛି। ତେବେ ଆଶ୍ଚର୍ଯ୍ୟରକଥା ହେଲା ବିବାହ ପୂର୍ବରୁ ୨୦୧୭ରେ ରୁଟ୍‌ ବାପା ହୋଇଥିଲେ।
ଜୋ ରୁଟ୍‌ ନିଜ ବ୍ୟାଟିଂ ପାଇଁ ବୃତ୍ତିଗତ ସହିତ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ୨୦୧୬ରେ ଟି-୨୦ ଓ୍ବାଲ୍ଡ କପ୍‌ ଚାଲିଥିବା ବେଳେ ଜୋ ରୁଟ୍‌ ଏବଂ ପ୍ରେମିକା କ୍ୟାରୀ କୋଟରେଲ ଚର୍ଚ୍ଚାକୁ ଆସିଥିଲେ। ଏହି ଅବସରରେ ରୁଟ କ୍ୟାରୀଙ୍କ ସାମ୍ନାରେ ଆଣ୍ଠେଇପଡ଼ି ତାଙ୍କୁ ପ୍ରେମ ନିବେଦନ କରିଥିଲେ। ଏହା ପରେ ଉଭୟ ୨୦୧୬ରେ ନିର୍ବନ୍ଧ କରିଥିଲେ। ୨ ବର୍ଷ ପର୍ଯ୍ୟନ୍ତ ଉଭୟ ପରସ୍ପରକୁ ଡେଟ୍‌ କଲେ। ଏହାର ମଧ୍ୟରେ ବିବାହ ପୂର୍ବରୁ ୨୦୧୭ରେ ସ୍ତ୍ରୀ କ୍ୟାରୀ କୋଟରେଲ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ, ତାଙ୍କ ନାମ ହେଉଛି ଅଲଫ୍ରେଡ୍‌ ଓ୍ବିଲିୟମ୍‌ ରୁଟ୍‌। ଏହା ପରେ ଅର୍ଥାତ୍‌ ୨୦୧୮ ଡିସେମ୍ବରରେ ସେମାନେ ବିବାହ କରିଥିଲେ। ରୁଟ୍‌ ସବୁବେଳେ ସ୍ତ୍ରୀଙ୍କ ସହ ଫଟୋ ସୋସିଆଲ ମିଡିଆରେ ଶେୟାର କରିଥାନ୍ତି।

Share