ଚେନ୍ନାଇ,୧୪।୨: ଭାରତ ଏବଂ ଇଲଂଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ଟିମ ଇଣ୍ଡିଆ ୩୨୯ ରନ ସଂଗ୍ରହ କରିଥିଲା। ଏହି ମ୍ୟାଚ୍ ଟିମ ଇଣ୍ଡିଆ ଏକ ନିଆରା ରେକର୍ଡ ନେଇଛି। ଅତିରିକ୍ତ ରନ ବିନା ଟେଷ୍ଟର ଇନିଂସରେ ଏହା ସର୍ବାଧିକ ସ୍କୋର। ଭାରତୀୟ ବ୍ୟାଟ୍ସମ୍ୟାନ୍ ୯୫.୫ ଓଭର ବ୍ୟାଟିଂ କରିଥିଲେ। ଇଂଲଣ୍ଡ ବୋଲରମାନେ ଇନିଂସରେ ଗୋଟିଏ ବି ଅତିରିକ୍ତ ରନ ଦେଇ ନ ଥିଲେ। ଏହାପୂର୍ବରୁ ପାକିସ୍ତାନରେ ଅତିରିକ୍ତ ରନ ନ କରି ସର୍ବାଧିକ ସ୍କୋର କରିବାର ରେକର୍ଡ ରହିଥିଲା। ପାକିସ୍ତାନ ୧୯୫୫ରେ ଲାହୋରରେ ଭାରତ ବିପକ୍ଷରେ ୩୨୮ ରନ ରେକର୍ଡ ସ୍ଥାପନ କରିଥିଲା। ସୂଚନାଯୋଗ୍ୟ, ଚାରି ମ୍ୟାଚ ବିଶିଷ୍ଟ ସିରିଜରେ ଇଂଲଣ୍ଡ ଦଳ ୧-୦ରେ ଆଗରେ ରହିଛି। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ ପାଇଁ ଦୌଡ଼ରେ ରହିବାକୁ ଟିମ ଇଣ୍ଡିଆ ନିଶ୍ଚିତ ଭାବେ ଏହି ମ୍ୟାଚ ଜିତିବ।