Advertisement
Categories: ଖେଳ

ପ୍ରଥମ ଇନିଂସରେ ଭାରତ ୪୩୬ ରନ୍‌ରେ ସୀମିତ: ଚମକିଲେ ରାହୁଲ, ଜସଓ୍ବାଲ, ଜାଡେଜା

ହାଇଦ୍ରାବାଦ,୨୭।୧: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ପାଞ୍ଚ ମ୍ୟାଚ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ହାଇଦ୍ରାବାଦରେ ଚାଲିଛି। ମ୍ୟାଚର ତୃତୀୟ ଦିନରେ ଟିମ ଇଣ୍ଡିଆ ଏହାର ପ୍ରଥମ ଇନିଂସରେ ୪୩୬ ରନ ସ୍କୋର କରି ଅଲଆଉଟ୍‌ ହୋଇଛି। ରବିନ୍ଦ୍ର ଜାଡେଜା ଦଳ ପାଇଁ ୮୭ ରନ୍‌ର ସବୁଠାରୁ ବଡ ଇନିଂସ ଖେଳଛନ୍ତି। ଏହା ବ୍ୟତୀତ କେ.ଏଲ ରାହୁଲ ୮୬ ରନ୍‌ ଏବଂ ଯଶସ୍ବୀ ଜସଓ୍ବାଲ ୮୦ ରନ୍‌ ସ୍କୋର କରିଛନ୍ତି। ପ୍ରଥମ ଇନିଂସ ପରେ ଭାରତ ଇଂଲଣ୍ଡ ବିପକ୍ଷରେ ୧୯୦ ରନ ଅଗ୍ରଣୀ ହାସଲ କରିଛି। ରବିନ୍ଦ୍ର ଜାଡେଜା ଏବଂ ଅକ୍ଷର ପଟେଲ ବ୍ୟାଟିଂ କରୁଥିବା ବେଳେ ଭାରତ ୪୨୧/୭ ରନ୍‌ ସ୍କୋର କରି ତୃତୀୟ ଦିନ ଆରମ୍ଭ କରିଥିଲା। ତୃତୀୟ ଦିନରେ ଭାରତୀୟ ଦଳ ମାତ୍ର ୧୫ ରନ ସ୍କୋର କରିପାରିଛି ଏବଂ ଏହି ସମୟ ମଧ୍ୟରେ ସେମାନେ ତିନିଟି ଉଇକେଟ୍‌ ହରାଇଥିଲେ। ଇଂଲଣ୍ଡ ଦ୍ୱିତୀୟ ଇନିଂସ ଖେଳ ଆରମ୍ଭ କରି ୮ ଓଭର ଖେଳ ସୁଦ୍ଧା ୪୨ ରନ୍‌ କରି ୧୪୮ ରନ୍‌ ପଛରେ ରହିଛି।

 

Subscribe to Dharitri WhatsApp ChannelSubscribe to Dharitri WhatsApp Channel