Categories: ଖେଳ

ଇଂଲଣ୍ଡର ଅନେକ ଖେଳାଳି ଅସୁସ୍ଥ, ତୃତୀୟ ଟେଷ୍ଟ ପୂର୍ବରୁ ଭାରତରୁ ପଳାଇବେ ପୂରା ଟିମ୍‌, ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ରିପୋର୍ଟ

ନୂଆଦିଲ୍ଲୀ,୫।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ମାତ୍ର ଚାରି ଦିନରେ ଶେଷ ହୋଇଯାଇଛି। ଟିମ ଇଣ୍ଡିଆ ଏହି ଟେଷ୍ଟ ମ୍ୟାଚରେ ୧୦୬ ରନରେ ଜିତି ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜ୍‌ ୧-୧ରେ ବରାବର ରହିଛି। ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡର ପରାଜୟ ପରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ଅନେକ ଇଂଲଣ୍ଡ ଖେଳାଳି ଅସୁସ୍ଥ ହୋଇପଡିଛନ୍ତି। ଏଭଳି ପରିସ୍ଥିତିରେ ପୂରା ଦଳ ଏବେ ଭାରତ ଛାଡିଦେବେ।

ଦ୍ୱିତୀୟ ଟେଷ୍ଟରେ ପରାଜୟ ପରେ ଇଂଲଣ୍ଡର ଅଧିନାୟକ ବେନ ଷ୍ଟୋକ୍ସ ପ୍ରକାଶ କରିଛନ୍ତି ଯେ, ଦଳର ଅନେକ ସଦସ୍ୟ ଅସୁସ୍ଥ ଅଛନ୍ତି। ଅସୁସ୍ଥତା ମଧ୍ୟରେ ବି ସେ ଚତୁର୍ଥ ଦିନରେ ଖେଳିବାକୁ ବାହାରିଥିଲେ। ଏବେ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ, ଇଂଲଣ୍ଡ ଦଳ ଭାରତ ଛାଡିବେ। ସେମାନେ ଆବୁଧାବିରେ ଏହି ସିରିଜ ପାଇଁ ପ୍ରସ୍ତୁତ ହେବେ। ତେବେ ତୃତୀୟ ଦଳ ପୂର୍ବରୁ ଇଂରାଜୀ ଦଳ ଭାରତକୁ ପ୍ରତ୍ୟାବର୍ତ୍ତନ କରିବ।

ସୂଚନାଯୋଗ୍ୟ, ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ ୧୫ ଫେବୃଆରୀରୁ ଖେଳାଯିବ । ଏଭଳି ପରିସ୍ଥିତିରେ ଯେତେବେଳେ ତୃତୀୟ ଟେଷ୍ଟ ପାଇଁ ପ୍ରାୟ ୧୦ ଦିନ ବାକି ଅଛି, ସେତେବେଳେ ଇଂଲଣ୍ଡ ଦଳ ଭାରତ ଛାଡିବେ ଏବଂ ତୃତୀୟ ଟେଷ୍ଟ ପୂର୍ବରୁ ଭାରତକୁ ଫେରିଆସିବେ।

 

Share