Categories: ଖେଳ

ପୂର୍ବତନ ଖେଳାଳି ଦେଲେ ବଡ ବୟାନ, କହିଲେ ଟିମ ଇଣ୍ଡିଆର ପରବର୍ତ୍ତୀ ଧୋନୀ ହେଉଛନ୍ତି ରୋହିତ

ନୂଆଦିଲ୍ଲୀ,୨୭।୨: ନିକଟରେ ରାଞ୍ଚିରେ ଖେଳାଯାଇଥିବା ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚରେ ଟିମ ଇଣ୍ଡିଆ ଇଂଲଣ୍ଡକୁ ପରାସ୍ତ କରିଛି। ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୩-୧ ଅଗ୍ରଣୀ ହାସଲ କରିଛି। ବିରାଟ କୋହଲି ଏହି ସିରିଜରେ ଖେଳୁନାହାଁନ୍ତି। କୋହଲିଙ୍କ ପରି ଜଣେ ଭେଟେରାନ ଖେଳାଳିଙ୍କ ଅନୁପସ୍ଥିତିରେ ଟିମ ଇଣ୍ଡିଆ ନୂଆ ଖେଳାଳିଙ୍କ ସହ ଫିଲ୍ଡ ନେଇଥିଲା। ଭାରତୀୟ କ୍ରିକେଟର ସୁରେଶ ରାଇନା ଏଥିପାଇଁ ରୋହିତ ଶର୍ମାଙ୍କୁ ପ୍ରଶଂସା କରିଛନ୍ତି। ରାଇନା କହିଛନ୍ତି, ରୋହିତ ଟିମ ଇଣ୍ଡିଆର ପରବର୍ତ୍ତୀ ଧୋନୀ।

ଦ୍ରୁତ ବୋଲର ମହମ୍ମଦ ଶାମି, ଶ୍ରେୟସ ଆୟର ଏବଂ ବିରାଟ କୋହଲିଙ୍କ ପରି ଭେଟେରାନ ଖେଳାଳିଙ୍କ ବିନା ଟିମ ଇଣ୍ଡିଆ ଖେଳୁଛି। ଏହି ଖେଳାଳିଙ୍କ ଅନୁପସ୍ଥିତିରେ ଯଶସ୍ବୀ ଜସଓ୍ବାଲ, ସରଫରାଜ ଖାନ, ଧ୍ରୁଭ ଜୁରେଲ ଏବଂ ଆକାଶଦୀପ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଏହି ଖେଳାଳଙ୍କ ଯୋଗୁ ଟିମ ଇଣ୍ଡିଆ ମଧ୍ୟ ବିଜୟ ପଞ୍ଜିକରଣ କରିଛି। ଏଥିରେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।

ଟାଇମ୍ସ ଅଫ ଇଣ୍ଡିଆର ଏକ ଖବର ଅନୁଯାୟୀ ରାଇନା କହିଛନ୍ତି , ସେ ହେଉଛନ୍ତି ପରବର୍ତ୍ତୀ ଏମ୍‌ ଏ୍‌ସ ଧୋନୀ। ସେ ବହୁତ ଭଲ ପ୍ରଦର୍ଶନ କରିଛନ୍ତି। ଧୋନୀଙ୍କ ପରି ସେ ଯୁବ ଖେଳାଳିଙ୍କୁ ସୁଯୋଗ ଦେଇଛନ୍ତି। ଧୋନୀଙ୍କ ଅଧିନାୟକତ୍ୱରେ ମୁଁ ଅନେକ ମ୍ୟାଚ ଖେଳିଛି। ସୌରଭ ଗାଙ୍ଗୁଲି ମଧ୍ୟ ଦଳକୁ ବହୁତ ସମର୍ଥନ କରିଥିଲେ। ଏହା ପରେ ଧୋନୀ ସାମ୍ନାକୁ ଆସିଥିଲେ। ରୋହିତ ମଧ୍ୟ ସଠିକ୍‌ ଦିଗରେ ଗତି କରୁଛନ୍ତି । ସେ ଜଣେ ଉତ୍ତମ ଅଧିନାୟକ।

Share