Categories: ଖେଳ

ପନ୍ତଙ୍କ ପରେ ଜାଡେଜାଙ୍କ ସେଞ୍ଚୁରୀ

ବର୍ମିଂହାମ,୨।୭:ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚ୍‌ର ଦ୍ୱିତୀୟ ଦିନର ଖେଳ ଶନିବାର ଆରମ୍ଭ ହୋଇଛି। ଭାରତୀୟ ଦଳ ପକ୍ଷରୁ ରବିନ୍ଦ୍ର ଜାଡେଜା ଏବଂ ଜସପ୍ରିତ ବୁମ୍‌ରା କ୍ରିଜ୍‌ରେ ଅଛନ୍ତି। ଖବର ଲେଖାଯିବା ସୁଦ୍ଧା ଜାଡେଜା ୧୮୩ ବଲ୍‌ରେ ନିଜର ଶତକ ପୂରଣ କରିଥିବା ବେଳେ ବୁମ୍‌ରା କୌଣସି ରନ୍‌ କରିନାହାନ୍ତି। ଦ୍ୱିତୀୟ ଦିନର ପ୍ରଥମ ଉଇକେଟ ମହମ୍ମଦ ଶାମି ଭାବେ ଯାଇଛି। ସେ ୩୧ ବଲ୍‌ରେ ୧୬ ରନ୍‌ କରିଥିଲେ। ଏବେ ଦଳର ସ୍କୋର ୩୭୫/୮ ରେ ପହଞ୍ଚିଛି।

ପ୍ରକାଶ ଯେ, ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ। ଭାରତ ପକ୍ଷରୁ ଶୁବମନ ଗିଲ୍‌ ଏବଂ ଚେତେଶ୍ୱର ପୂଜାରା ଇନିଂସ ଆରମ୍ଭ କରିଥିଲେ। ଦଳ ଭାଲ ଆରମ୍ଭ କରିଥିଲେ ହେଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ୯୮ ରନ୍‌ରେ ଦଳ ୫ ଉଇକେଟ ହରାଇଥିଲା। ପରେ ଯୁବ ଉଇକେଟକିପର ରିଷଭ ପନ୍ତ ଓ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଦ୍ୱିଶତକୀୟ ଭାଗୀଦାରି ଗଢ଼ି ଭାରତକୁ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ଦ୍ୱିତୀୟ ଦିନ ଖେଳ ୩୩୮ ରନ୍‌ରୁ ଆରମ୍ଭ ହୋଇଥିଲା।

Share