Categories: ଖେଳ

ଦମ୍‌ଦାର ବୋଲିଂ ଯୋଗୁ ବୁମ୍‌ରାଙ୍କୁ ମିଳିଲା ପୁରସ୍କାର ରାଶି

ଡବଲିନ୍‌,୧୯।୮: ଟି -୨୦ସିରିଜର ପ୍ରଥମ ମ୍ୟାଚରେ ଭାରତ ଆୟର୍ଲାଣ୍ଡକୁ ୨ ରନରେ ପରାସ୍ତ କରିଛି। ଟିମ ଇଣ୍ଡିଆର ବିଜୟରେ କ୍ୟାପଟେନ ଯସପ୍ରୀତ ବୁମ୍‌ରା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ତାଙ୍କୁ ‘ପ୍ଲେୟାର ଅଫ ଦ ମ୍ୟାଚ’ ଭାବରେ ଚୟନ କରାଯାଇଛି। ବୁମ୍‌ରା ୨ଟି ଉଇକେଟ୍‌ ନେଇଥିଲେ। ତାଙ୍କୁ ପୁରସ୍କାର ରାଶି ଭାବରେ ୫୦୦ ଡଲାର ମିଳିଛ। ଏହି ମ୍ୟାଚରେ ବୁମ୍‌ରା ରେକର୍ଡକୁ ନିଜ ନାଁରେ କରିଛନ୍ତି। ସେ ଚତୁର୍ଥ ଭାରତୀୟ ଖେଳାଳି ଭାବରେ ଟି -୨୦ରେ ଅଧିନାୟକ ଭାବରେ ‘ପ୍ଲେୟାର ଅଫ ଦି ମ୍ୟାଚ’ ହୋଇଛନ୍ତି। ବୁମରାଙ୍କୁ ‘ପ୍ଲେୟାର ଅଫ ଦ ମ୍ୟାଚ’ ପାଇଁ ୫୦୦ ଡଲାର ମିଳିଛି। ଯଦି ଏହାକୁ ଭାରତୀୟ ଟଙ୍କା ରେ ପରିଣତ କରାଯାଏ ତେବେ ଏହା ପ୍ରାୟ ୪୧ ହଜାର ହେବ।

Share