Categories: ଖେଳ

ଆଜି ଭାରତ-ଆୟାର୍ଲାଣ୍ଡ ଦ୍ୱିତୀୟ ଟି-୨୦: ଜାଣନ୍ତୁ କେତେବେଳେ, କେଉଁଠି ଦେଖିବେ ମ୍ୟାଚ୍‌

ଡବ୍‌ଲିନ୍‌,୨୦।୮: ଭାରତ ଏବଂ ଆୟର୍ଲାଣ୍ଡ ମଧ୍ୟରେ ଟି -୨୦ ସିରିଜର ଦ୍ୱିତୀୟ ମ୍ୟାଚ ରବିବାର ଡବଲିନ୍‌ରେ ଖେଳାଯିବ। ଭାରତ ପ୍ରଥମ ମ୍ୟାଚକୁ ୨ ରନରେ ଜିତିଥିଲା। ତେଣୁ ତିନି ମ୍ୟାଚ ବିଶିଷ୍ଟ ସିରିଜରେ ସେ ୧-୦ରେ ଆଗୁଆ ରହିଛନ୍ତି। କିନ୍ତୁ ଦ୍ୱିତୀୟ ମ୍ୟାଚ୍‌ ବିଜୟ ସହଜ ହେବ ନାହିଁ। ଆୟର୍ଲାଣ୍ଡର ଖେଳାଳିମାନେ କଡ଼ା ମୁକାବିଲା କରିପାରିବେ। ବର୍ଷା ଯୋଗୁ ପ୍ରଥମ ମ୍ୟାଚ ପ୍ରଭାବିତ ହୋଇଥିଲା। ଏବେ ଦ୍ୱିତୀୟ ମ୍ୟାଚ୍‌ରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି।
ଭାରତ ଏବଂ ଆୟର୍ଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ ଭାରତୀୟ ସମୟ ସନ୍ଧ୍ୟା ୭.୩୦ରେ ଆରମ୍ଭ ହେବ। ଟସ ୭ଟାରେ ପକାଯିବ। ଏହି ମ୍ୟାଚ୍‌ ସ୍ପୋର୍ଟସ-୧୮ ନେଟୱାର୍କ ମାଧ୍ୟମରେ ସିଧା ପ୍ରସାରଣ ହେବ। ଜିଓ ସିନେମା ଆପ ମାଧ୍ୟମରେ ମଧ୍ୟ ସିଧା ପ୍ରସାରଣ ହେବ।

Share