Categories: ଖେଳ

ଆଜି ଖେଳାଯିବ ଭାରତ-ଆୟର୍ଲାଣ୍ଡ ପ୍ରଥମ ଟି୨୦: ଜାଣନ୍ତୁ କେବେ, କେଉଁଠି ଦେଖିବେ ସିଧା ପ୍ରସାରଣ

ନୂଆଦିଲ୍ଲୀ,୧୮।୮: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟି୨୦ ସିରିଜରେ ପରାଜିତ ହେବା ପରେ ଟିମ୍‌ ଇଣ୍ଡିଆ ଏବେ ଆୟର୍ଲାଣ୍ଡ ଗସ୍ତ କରିଛି। ଉଭୟ ଦଳ ମଧ୍ୟରେ ୩ ଟି୨୦ ମ୍ୟାଚ୍‌ ବିଶିଷ୍ଟ ସିରିଜ ଖେଳାଯିବ। ଆଜି ଅର୍ଥାତ ଶୁକ୍ରବାର ସିରିଜର ପ୍ରଥମ ମୁକାବିଲା ଖେଲାଯିବ।

ସିରିଜରେ ରୋହିତ ଶର୍ମା, ବିରାଟ କୋହଲିଙ୍କ ସହ ଅନ୍ୟ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି। ସେହିଭଳି ଆଇପିଏଲ ଷ୍ଟାର ବ୍ୟାଟ୍ସମ୍ୟାନ ରିଙ୍କୁ ସିଂହ, ଋତୁରାଜ ଗାୟକଓ୍ବାଡ, ଶିବମ ଦୁବେ, ତିଳକ ବର୍ମାଙ୍କ ସହ ଅନେକ ଖେଳାଳିଙ୍କୁ ସୁଯୋଗ ଦିଆଯାଇଛି। ଆସନ୍ତୁ ଜାଣିବା ଏହାକୁ କେବେ ଆଉ କେଉଁଠି ଦେଖିପାରିବେ…

-ଭାରତ-ଆୟର୍ଲାଣ୍ଡ ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ମାଲାହାଇଡ୍‌ କ୍ରିକେଟ କ୍ଲବ ଷ୍ଟାଡିୟମରେ ଖେଳାଯିବ।

-ଏହି ମ୍ୟାଚ୍‌ ଭାରତୀୟ ସମୟାନୁସାରେ ସନ୍ଧ୍ୟା ୭.୩୦ରେ ଆରମ୍ଭ ହେବ

– ସ୍ପୋଟ୍ସ ୧୮ ଚ୍ୟାନେଲରେ ଏହାକୁ ଦେଖିପାରିବେ।

-ସିଧା ପ୍ରସାରଣ ଜିଓ ସିନେମା ଆପ୍‌ରେ ମଧ୍ୟ କରାଯିବ।

Share