Categories: ଖେଳ

ଅଗଷ୍ଟ ୧୮ରୁ ଖେଳାଯିବ ଭାରତ-ଆୟର୍ଲାଣ୍ଡ ମଧ୍ୟରେ ଟି -୨୦ ସିରିଜ

ନୂଆଦିଲ୍ଲୀ,୧୪।୮: ୱେଷ୍ଟଇଣ୍ଡିଜ ବିପକ୍ଷ ଟି -୨୦ ସିରିଜ ହାରିବା ପରେ ବର୍ତ୍ତମାନ ଟିମ ଇଣ୍ଡିଆ ଆୟର୍ଲାଣ୍ଡକୁ ଭେଟିବ। ୧୮ ଅଗଷ୍ଟରୁ ଭାରତ ଏବଂ ଆୟର୍ଲାଣ୍ଡ ମଧ୍ୟରେ ଏକ ତିନି ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜ ଖେଳାଯିବ। ତେବେ ଏହି ସିରିଜରେ ଟିମ ଇଣ୍ଡିଆର କମାଣ୍ଡ ଜସପ୍ରୀତ ବୁମ୍‌ରାଙ୍କ ହାତରେ ରହିଛି।

ଆୟର୍ଲାଣ୍ଡ ବିପକ୍ଷ ଟି -୨୦ ସିରିଜରେ ପ୍ରାୟ ସମସ୍ତ ସିନିୟର ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି। ଜସପ୍ରୀତ ବୁମ୍‌ରା ଏହି ଦଳର ଅଧିନାୟକ ଅଟନ୍ତି। ଏଥି ସହିତ ଯଶସ୍ବୀ ଜୟସ୍ବାଲ, ତିଳକ ବର୍ମା, ରିଙ୍କୁ ସିଂ, ଶାହବାଦ ଅହମ୍ମଦ, ଶିବମ ଦୁବେ ଏବଂ ଜିତେଶ ଶର୍ମାଙ୍କ ଭଳି ଯୁବ ଖେଳାଳି ଦଳରେ ସାମିଲ ଅଛନ୍ତି।

ଏହି ୩ ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜ ପାଇଁ ଭାରତୀୟ ଦଳର ଅଧିନାୟକତ୍ୱ ସମ୍ଭାଳିବେ ଜସପ୍ରୀତ ବୁମ୍‌ରା, ଯିଏକି ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଦୀର୍ଘ ସମୟ ପରେ ମଇଦାନକୁ ଫେରିବାକୁ ଯାଉଛନ୍ତି। ଏହା ବ୍ୟତୀତ ରିଙ୍କୁ ସିଂ ଏବଂ ଜିତେଶ ଶର୍ମା ମଧ୍ୟ ଏହି ଟି -୨୦ ସିରିଜ ପାଇଁ ଟିମ ଇଣ୍ଡିଆରେ ସ୍ଥାନ ପାଇଛନ୍ତି।

 

Share