Categories: ଖେଳ

ନେଦରଲାଣ୍ଡ୍ସ ବିପକ୍ଷରେ ଟସ୍‌ ଜିତି ବ୍ୟାଟିଂ କରୁଛି ଟିମ୍‌ ଇଣ୍ଡିଆ: ରୋହିତ-ଗିଲ ଆଉଟ୍‌

ବେଙ୍ଗାଲୁରୁ,୧୨।୧୧: ବିଶ୍ୱକପ୍‌ ୨୦୨୩ର ନେଦରଲାଣ୍ଡ୍ସ ବିପକ୍ଷ ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ଭାରତ। ଉଭୟ ଟିମ୍‌ ବିନା ପରିବର୍ତ୍ତନ ସହ ଓହ୍ଲାଇଛନ୍ତି। ଖବର ଲେଖାଯିବା ସୁଦ୍ଧା ଭାରତୀୟ ଟିମ୍‌ ଦୁଇ ଉଇକେଟ ହରାଇ ୧୭୫ ରନ୍‌ କରିଛି। ବିରାଟ କୋହଲି ଏବଂ ଶ୍ରେୟାସ ଆୟାର ମଇଦାନରେ ଅଛନ୍ତି। ଉଇକେଟ ଭାବେ ରୋହିତ ୬୧ ରନ୍‌ କରି ଆଉଟ୍‌ ହୋଇଥିବା ବେଳେ ଶୁଭମନ ଗିଲ ୫୧ ରନ୍‌ କରି ପ୍ୟାଭିଲିୟନ ଫେରିଛନ୍ତି।

ପ୍ରକାଶ ଯେ, ଏହି ମ୍ୟାଚ୍‌ ଉଭୟ ଦଳ ପାଇଁ ଏକ ସାଧାରଣ ମ୍ୟାଚ୍‌ ଭଳି ହେବ। କାରଣ ଭାରତ ପୂର୍ବରୁ ସେମିଫାଇପାଲରେ ପହଞ୍ଚିସାରିଥିବାବେଳେ ନେଦରଲାଣ୍ଡ ବିଶ୍ୱକପ୍‌ରୁ ବିଦା ହୋଇସାରିଛି। ଏହି ମ୍ୟାଚ ଭାରତ ପାଇଁ ସେମିଫାଇନାଲ ପୂର୍ବରୁ ଏକ ଅଭ୍ୟାସ ମ୍ୟାଚ୍‌ ଭଳି ହେବ।

Share