Categories: ଖେଳ

ଆଜି ନେଦରଲାଣ୍ଡ୍ସକୁ ଭେଟିବ ଭାରତ: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ସିଡନୀ,୨୭।୧୦: ଭାରତୀୟ ଦଳ ଗୁରୁବାର ଅର୍ଥାତ୍‌ ଆଜି ଟି-୨୦ ବିଶ୍ୱକପରେ ଦ୍ୱିତୀୟ ମ୍ୟାଚ ଖେଳିବ। ଗୁରୁବାର ସିଡନୀରେ ନେଦରଲାଣ୍ଡ୍ସ ଏବଂ ଭାରତ ସହ ମୁହାଁମୁହିଁ ହେବେ। ଉଭୟ ଦଳ ପ୍ରଥମ ଥର ପାଇଁ ଟି-୨୦ରେ ପରସ୍ପରକୁ ଭେଟିବେ। ଯଦି ଭାରତ ଏହି ମ୍ୟାଚ ଜିତେ ତେବେ ଚାରି ପଏଣ୍ଟ ପାଇବ। ସେମିଫାଇନାଲ ଖେଳିବାର ସମ୍ଭାବନା ବୃଦ୍ଧି ପାଇବ। ଏଥି ସହିତ ନେଦରଲାଣ୍ଡ୍ସ କ୍ରମାଗତ ଦ୍ୱିତୀୟ ପରାଜୟକୁ ଏଡାଇବାକୁ ଚାହୁଁଛି। ଶେଷ ମ୍ୟାଚରେ ଦଳ ବାଂଲାଦେଶ ଦ୍ୱାରା ପରାସ୍ତ ହୋଇଥିଲେ।
ଭାରତ ଏବଂ ନେଦରଲାଣ୍ଡ୍ସ ମଧ୍ୟରେ ମ୍ୟାଚ ୨୭ ଅକ୍ଟୋବରରେ ଖେଲାଯିବ। ଏହି ମ୍ୟାଚ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଭାରତୀୟ ସମୟ ଦିନ ୧୨.୩୦ରୁ ଆରମ୍ଭ ହେବ। ଟସ୍‌ ୧୨.୦୦ରେ ପଡିବ। ଷ୍ଟାର ସ୍ପୋର୍ଟସ ନେଟୱାର୍କର ଟି-୨୦ ବିଶ୍ୱକପ ପ୍ରସାରଣ କରିବାର ଅଧିକାର ଅଛି। ହିନ୍ଦୀ ଏବଂ ଇଂରାଜୀ ବ୍ୟତୀତ ଆପଣ ଷ୍ଟାର ସ୍ପୋର୍ଟସର ବିଭିନ୍ନ ଚ୍ୟାନେଲରେ ଦେଶର ଅନ୍ୟ ଭାଷାରେ କମେଣ୍ଟ୍ରି ସହିତ ଭାରତ ଏବଂ ନେଦରଲ୍ୟାଣ୍ଡ ମ୍ୟାଚ ଦେଖିପାରିବେ। ଏହି ମ୍ୟାଚର ଲାଇଭ ଷ୍ଟ୍ରିମିଂ ଭାରତର ଡିଜନି ପ୍ଲସ ହଟଷ୍ଟାର୍‌ ଆପ ରେ ଦେଖିବାକୁ ମିଳିବ।

Share