Categories: ଖେଳ

ପ୍ରଥମ ଟି-୨୦: ଟସ୍‌ ଜିତି ଭାରତର ବୋଲିଂ ନିଷ୍ପତ୍ତି, ୮ ଓଭରରେ ନ୍ୟୁଜିଲାଣ୍ଡ ୭୦/୨

ରାଞ୍ଚି,୨୭।୧: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ସିରିଜର ପ୍ରଥମ ମ୍ୟାଚ୍‌ ଏଠାରେ ଶୁକ୍ରବାର ଖେଳାଯାଉଛି। ମ୍ୟାଚ୍‌ରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍‌ ଜିତି ପ୍ରଥମେ ବୋଲିଂ କରିବା ନିଷ୍ପତ୍ତି ନେଇଛନ୍ତି। ବ୍ୟାଟିଂ ନିମନ୍ତ୍ରଣ ପାଇଥିବା ନ୍ୟୁଜିଲାଣ୍ଡ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଏଯାବତ ଦଳ ୮ ଓଭରରେ ୨ ଉଇକେଟ ହରାଇ ୭୦ ରନ୍‌ କରିଛି। ଓ୍ବାଶିଂଟନ ସୁନ୍ଦର ଭାରତ ପକ୍ଷରୁ ଦୁଇଟିଯାକ ଉଇକେଟ ନେଇଛନ୍ତି।

କହିରଖୁଛୁ, ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଏପର୍ଯ୍ୟନ୍ତ ମୋଟ ୨୨ ଟି୨୦ ମୁକାବିଲା ଖେଳାଯାଇଛି। ଏଥିରେ ଭାରତ ୧୦ ମ୍ୟାଚ୍‌ରେ ଜିତିଥିବା ବେଳେ ୯ ମୁକାବିଲାରେ ପରାଜିତ ହୋଇଛି। ସେହିଭଳି ୩ ମ୍ୟାଚ୍‌ ଟାଇ ରହିଛି। ଉଭୟ ଟିମ୍‌ ମଧ୍ୟରେ ନଭେମ୍ବର ୨୦୨୨ରେ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ ଖେଳାଯାଇଥିଲା। ଏଥିରେ ଭାରତ ୧-୦ରେ ଜିତିଥିଲା।

Share