Categories: ଖେଳ

ଭାରତ ପାଇଁ ‘କର ବା ମର’ ମୁକାବିଲା

ନୂଆଦିଲ୍ଲୀ,୨୬।୧୧: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍‌ ରବିବାର ଖେଳାଯିବ। ହାମିଲଟନ୍‌ର ସିଡନ୍‌ ପାର୍କରେ ଏହି ମ୍ୟାଚ୍‌ ଅନୁଷ୍ଠିତ ହେବ। ସିରିଜର ପ୍ରଥମ ମ୍ୟାଚ୍‌ରେ ପରାଜିତ ହୋଇଥିବାରୁ ଭାରତ ପାଇଁ ଏହି ମ୍ୟାଚ୍‌ ‘କର ବା ମର’ ଭଳି ରହିବ।

ଗତ ମ୍ୟାଚ୍‌ରେ ବ୍ୟାଟିଂରେ ଭାରତୀୟ ଟିମ୍‌ ଭଲ ପ୍ରଦର୍ଶନ କରିଥିଲେ ହେଁ ବୋଲିଂରେ ସମ୍ପୂର୍ଣ୍ଣ ଫ୍ଲପ୍‌ ଥିଲା। ଉମ୍‌ରାନ ମଲିକଙ୍କ ବ୍ୟତିତ ଟିମ୍‌ ଇଣ୍ଡିଆର ବାକି ବୋଲର୍‌ମାନେ ନିରାଶ କରିଥିଲେ। ଏଣୁ ଦ୍ୱିତୀୟ ମ୍ୟାଚ୍‌ରେ ଦଳକୁ ବୋଲିଂ ରଣନୀତି ଉପରେ ଧ୍ୟାନ ଦେବାକୁ ହେବ।

ପାଣିପାଗ: ରବିବାର ଅପରାହ୍ନରୁ ସନ୍ଧ୍ୟା ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ଥିବାରୁ ମ୍ୟାଚ୍‌ ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି।

ସମ୍ଭାବ୍ୟ ଭାରତ ଏକାଦଶ: ଶିଖର ଧାଓ୍ବନ(ଅଧିନାୟକ), ଶୁଭମନ ଗିଲ, ଶ୍ରେୟାସ ଆୟର, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ସଞ୍ଜୁ ସାମସନ୍‌, ଓ୍ବାଶିଂଟନ ସୁନ୍ଦର, ଦୀପକ ଚହର, ଉମରାନ ମଲିକ, ଅର୍ଶଦୀପ ସିଂ, ଯୁଜବେନ୍ଦ୍ର ଚହଲ

ସମ୍ଭାବ୍ୟ ନ୍ୟୁଜିଲାଣ୍ଡ ଏକାଦଶ: ଫିନ୍‌ ଆଲେନ, ଡିଭାନ କନଓ୍ବେ, କେନ୍‌ ଓ୍ବିଲିୟମସନ(ଅଧିନାୟକ), ଟମ୍‌ ଲାଥାମ, ଡାରିଲ୍‌ ମିଚେଲ, ଗ୍ଲେନ୍‌ ଫିଲିପ୍ସ, ଜେମ୍ସ ନିଶାମ, ମିଚେଲ ସାଣ୍ଟନର୍‌, ଟିମ୍‌ ସାଉଥୀ, ମ୍ୟାଚ୍‌ ହେନେରୀ, ଲକି ଫର୍ଗୁସନ୍‌

Share