Categories: ଖେଳ

ଭାରତକୁ ବଡ଼ ଝଟ୍‌କା

ମୁମ୍ବାଇ,୩।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଆଜିଠାରୁ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଆରମ୍ଭ ହେଉଛି। ଏହା ହେଉଛି ଦୁଇ ମ୍ୟାଚ ବିଶିଷ୍ଟ ସିରିଜର ଶେଷ ମ୍ୟାଚ। ଏହି ମ୍ୟାଚ୍‌ ଯିଏ ଜିତିବ ସେହି ଦଳ ସିରିଜ୍‌ ହାତେଇବ। ତେବେ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆ ତିନିଟି ବଡ଼ ଝଟ୍‌କା ଲାଗିଛି। ଆହତ କାରଣରୁ ଦଳର ଷ୍ଟାର ଫାଷ୍ଟ ବୋଲର ଇଶାନ୍ତ ଶର୍ମା, ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଏବଂ ପ୍ରଥମ ଟେଷ୍ଟ ଅଧିନାୟକ ଅଜିଙ୍କେ ରାହାନେଙ୍କୁ ମ୍ୟାଚରୁ ବାଦ ଦିଆଯାଇଛି। ବିସିସିଆଇ ଅଫିସିଆଲ ଟୁଇଟର୍‌ ହ୍ୟାଣ୍ଡେଲରୁ ବିସିସିଆଇ ଦ୍ୱାରା ପ୍ରକାଶିତ ଏକ ଅପଡେଟରେ କୁହାଯାଇଛି, କାନପୁର ଟେଷ୍ଟ ସମୟରେ ଏହି ତିନି ଖେଳାଳି ଆହତ ହୋଇଥିଲେ ଏବଂ ମ୍ୟାଚ୍‌ରେ ଖେଳି ପାରିବେ ନାହିଁ।
ମ୍ୟାଚ ବିଷୟରେ କହିବାକୁ ଗଲେ ଗତ ଦୁଇ ଦିନ ମଧ୍ୟରେ ମୁମ୍ବାଇରେ ବର୍ଷା ହେତୁ ୱାଙ୍ଖେଡେ ଗ୍ରାଉଣ୍ଡ ଓଦା ହୋଇଛି ଏବଂ ଏହି କାରଣରୁ ଟସ ବିଳମ୍ବ ହୋଇଛି। ଅମ୍ପାୟାରମାନେ ସକାଳ ୯.୩୦ରେ ପିଚ ଯାଞ୍ଚ କରିଥିଲେ ଏବଂ ୧୦.୩୦ରେ ପୁନର୍ବାର ଯାଞ୍ଚ କରିବାକୁ ସୂଚନା ଦେଇଥିଲେ।

Share