ମୁମ୍ବାଇ,୩।୧୨: ଟି-୨୦ ବିଶ୍ୱକପ ପରେ ଭାରତୀୟ ଦଳକୁ ଫେରିଥିବା ବିରାଟ କୋହଲି ନ୍ୟୁଜିଲାଣ୍ଡ ବିପକ୍ଷ ମୁମ୍ବାଇ ଟେଷ୍ଟରେ ଶୂନ ରେ ଆଉଟ୍ ହୋଇଥିଲେ। ତାଙ୍କୁ ଏଜାଜ ପଟେଲ ଆଉଟ୍ କରିଥିଲେ। ତାଙ୍କ ଆୁଟ୍କୁ ନେଇ ଏବେ ଅମ୍ପାୟାରଙ୍କ ଉପରେ ପ୍ରଶ୍ନ ଉଠିଛି। ୩୦ତମ ଓଭରର ଚେତେଶ୍ୱର ପୂଜାରା ଆଉଟ ହୋଇଥିଲେ ଏବଂ ବିରାଟ କ୍ରିଜକୁ ଆସିଥିଲେ। ଏହି ଓଭରରେ ଶେଷ ବଲ ବିରାଟଙ୍କ ବ୍ୟାଟ ପ୍ୟାଡରେ ବାଜିଥିଲା ଏବଂ ବୋଲର ଏଲବିଡବ୍ଲ୍ୟୁ ଆଉଟ୍ ଅପିଲ୍ କରିବା ପରେ ଫିଲ୍ଡ ଅମ୍ପାୟାର ଅନିଲ ଚୌଧୁରୀ ତାଙ୍କୁ ଆଉଟ କରିଥିଲେ। ବିରାଟ ଡିଆରଏସ ନେଇଥିଲେ, କିନ୍ତୁ ଏହା ତାଙ୍କ ସପକ୍ଷରେ ଯାଇ ନ ଥିଲା ଏହା ପରେ ବିରାଟ ବହୁତ ରାଗିଯାଇଥିଲେ। ରାଗରେ ନିଜ ବ୍ୟାଟକୁ ବାଉଣ୍ଡ୍ରି ଲାଇନ୍ ନିକଟରେ ବ୍ୟାଟ୍କୁ ବାଡେଇଥିଲେ। ପ୍ରଥମ ମ୍ୟାଚ୍ ଡ୍ର ହେବା ପରେ ଏହି ମ୍ୟାଚ୍ ଯିଏ ଜିତିବ ସେହି ଦଳ ସିରିଜ୍ ହାତେଇବ।
Kohli unhappy, Team unhappy, Fans unhappy.
There was an inside edge!! #ViratKohli #IndvsNZtest pic.twitter.com/x9eBjdm1Vu
— Atul Baral 🇳🇵 (@Atul_Baral33) December 3, 2021
Clearly see there was deviation. Ball hit bat first. Virat Kohli immediately take review. Third umpire doing such mistake. Nothing is going good for Virat Kohli. #IndvsNZtest #ViratKohli pic.twitter.com/P3Ugpa3rY3
— Mohali to Melbourne 82* (@MelbourneNT82) December 3, 2021