Advertisement

୩୬ ବର୍ଷ ପରେ ଭାରତରେ ଇତିହାସ ରଚିଲା ନ୍ୟୁଜିଲାଣ୍ଡ

ବେଙ୍ଗାଲୁରୁ, ୨୦।୧୦: ଟିମ୍‌ ଇଣ୍ଡିଆକୁ ହରାଇ ନ୍ୟୁଜିଲାଣ୍ଡ ବେଙ୍ଗାଲୁରୁ ଟେଷ୍ଟ ଜିତି ଇତିହାସ ରଚିଛି। ୩୬ ବର୍ଷ ଦଳ ଭାରତରେ ଟେଷ୍ଟ ମ୍ୟାଚ୍‌ରେ ବିଜେତା ହୋଇଛି। ୧୯୮୮ରେ ନ୍ୟୁଜିଲାଣ୍ଡ ଶେଷଥର ପାଇଁ ଭାରତରେ ଟେଷ୍ଟ ମ୍ୟାଚ୍‌ ଜିତିଥିଲା। ତେବେ ଏହି ମ୍ୟାଚ୍‌କୁ ନ୍ୟୁଜିଲାଣ୍ଡ ଦଳ ୮ ଉଇକେଟରେ ଜିତି ୩ ମ୍ୟାଚ୍‌ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି।

ଭାରତୀୟ ଟିମ୍‌ ପ୍ରଥମ ଇନିଂସରେ ମାତ୍ର ୪୬ ରନ୍‌ କରି ଅଲଆଉଟ୍‌ ହୋଇଥିଲା। ପରେ ନ୍ୟୁଜିଲାଣ୍ଡ ୪୦୨ ରନ୍‌ କରିଥିଲା। ଭାରତ ଦ୍ୱିତୀୟ ଇନିଂସରେ ଜବରଦସ୍ତ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ସାମ୍ନାରେ ୧୦୭ରନ୍‌ର ଲକ୍ଷ୍ୟ ରଖିଥିଲା। ଦଳ ଏହାକୁ ମାତ୍ର ୨ ଉଇକେଟ ହରାଇ ହାସଲ କରିନେଇଛି।

Subscribe to Dharitri WhatsApp Channel

Share