Posted inଖେଳ

IND vs NZ: ଦ୍ୱିତୀୟ ଟେଷ୍ଟରେ ଟସ୍‌ ଜିତି ନ୍ୟୁଜିଲାଣ୍ଡର ବ୍ୟାଟିଂ ନିଷ୍ପତ୍ତି, ୩ ପରିବର୍ତ୍ତନ ସହ ଓହ୍ଲାଇଲା ଟିମ୍‌ ଇଣ୍ଡିଆ

ପୁଣେ,୨୪।୧୦: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ପୁଣେରେ ଖେଳାଯାଉଛି। ଗୁରୁବାର ଖେଳାଯାଉଥିବା ଏହି ଟେଷ୍ଟ ମ୍ୟାଚ୍‌ର ଟସ୍‌ ନ୍ୟୁଜିଲାଣ୍ଡ ଜିତି ପ୍ରଥମେ ବ୍ୟାଟିଂ ଚୟନ କରିଛି। ଅର୍ଥାତ ଭାରତୀୟ ଟିମ୍‌ ପ୍ରଥମେ ବୋଲିଂ କରିବ। ମ୍ୟାଚ୍‌ ଲାଗି ନ୍ୟୁଜିଲାଣ୍ଡ ଟିମ୍‌ ଗୋଟିଏ ପରିବର୍ତ୍ତନ କରିଥିବା ବେଳେ ଟିମ୍‌ ଇଣ୍ଡିଆ ୩ ପରିବର୍ତ୍ତନ କରିଛି। ମହମ୍ମଦ ସିରାଜ, କୁଲଦୀପ ଯାଦବ ଏବଂ କେ ଏଲ୍‌ ରାହୁଲଙ୍କ ସ୍ଥାନରେ ଓ୍ବାଶିଂଟନ ସୁନ୍ଦର, ଆକାଶଦୀପ ଏବଂ ଶୁଭମନ ଗିଲଙ୍କୁ ସୁଯୋଗ ମିଳିଛି।

ଖବର ଲେଖାଯିବା ସୁଦ୍ଧା ନ୍ୟୁଜିଲାଣ୍ଡ ଅଧିନାୟକ ଟମ୍‌ ଲାଥାମଙ୍କ ସହ ଡିଭନ୍‌ କନଓ୍ବେ ବ୍ୟାଟିଂର କମାଣ୍ଡ ନେଇଛନ୍ତି। ଭାରତ ପକ୍ଷରୁ ଜସପ୍ରିତ ବୁମ୍‌ରା ବୋଲିଂ ଆରମ୍ଭ କରିଛନ୍ତି।

କହିରଖୁଛୁ, ଭାରତୀୟ ଟିମ୍‌ ଗତ ୧୨ ବର୍ଷ ଧରି ଘରୋଇ ମଇଦାନରେ କୌଣସି ଟେଷ୍ଟ ସିରିଜରେ ପରାଜିତ ହୋଇନାହିଁ। ଏମିତିରେ ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ ଜିତି ଇତିହାସ ରଚିବାକୁ ଚେଷ୍ଟା କରୁଛି। ଅପରପକ୍ଷେ ପୁଣେ ଟେଷ୍ଟ ଜିତି ଭାରତ ପୁଣିଥରେ ବିଜୟର ଟ୍ରାକ୍‌କୁ ଫେରିବାକୁ ଆଶା ବାନ୍ଧିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇତିହାସ ରଚିଲେ ଅଶ୍ୱିନ, ମାତ୍ର ୩୯ ମ୍ୟାଚ୍‌ରେ ହେଲେ ‘ନମ୍ବର ୧’…

ପୁଣେ,୨୪।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ପୁଣେ ଟେଷ୍ଟରେ ଅଶ୍ୱିନ ବିଶ୍ୱ ରେକର୍ଡ ହାସଲ କରିଛନ୍ତି। ଭାରତର ଏହି ଅଫ ସ୍ପିନର ପ୍ରଥମ ଇନିଂସରେ ନ୍ୟୁଜିଲ୍ୟାଣ୍ଡର ବ୍ୟାଟ୍ସମ୍ୟାନ ୱିଲ...

ଆଇପିଏଲ ମେଗା ନିଲାମୀରେ ସାମିଲ ହେବେ ଋଷଭ ପନ୍ତ! ଆରସିବିରେ ସାମିଲ କରିବାକୁ ବିରାଟ ଆଗ୍ରହୀ

ନୂଆଦିଲ୍ଲୀ,୨୪।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଆଗାମୀ ସିଜିନ୍ ପାଇଁ ଖୁବଶୀଘ୍ର ମେଗା ନିଲାମ ହେବାକୁ ଯାଉଛି। ରିପୋର୍ଟ ଅନୁସାରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ତଥା...

୨୦ ଓଭରରେ ୩୪୪ ରନ୍‌ କରି ବିଶ୍ୱ ରେକର୍ଡ କଲା ଏହି ଟିମ୍‌

ନୂଆଦିଲ୍ଲୀ,୨୩।୧୦: ଟି୨୦ ଅନ୍ତର୍ଜାତୀୟ କ୍ରିକେଟ ଇତିହାସରେ ସବୁଠାରୁ ବଡ଼ ସ୍କୋରର ନୂଆ ରେକର୍ଡ କରିଛି ଜିମ୍ବାଓ୍ବେ। ସିକନ୍ଦର ରାଜାଙ୍କ ଅଧିନାୟକତ୍ୱରେ ଦଳ ଗାମ୍ବିଆ ବିପକ୍ଷ ଟି୨୦...

କୋହଲିଙ୍କୁ ପଛରେ ପକାଇଲେ ପନ୍ତ, ଏବେ ହେବ ଆର୍‌ସିବିରେ ଏଣ୍ଟ୍ରି!

ନୂଆଦିଲ୍ଲୀ,୨୩।୧୦: ଟିମ୍‌ ଇଣ୍ଡିଆ ଉଇକେଟକିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ପୁଣିଥରେ ଫର୍ମକୁ ଫେରିଛନ୍ତି। ବାଲାଂଦେଶ ବିପକ୍ଷ ଟେଷ୍ଟରେ ଶତକ ଲଗାଇବା ପରେ ଏବେ ସେ ନ୍ୟୁଜିଲାଣ୍ଡ...

ପାକିସ୍ତାନ କୋଚ୍‌ଙ୍କ ସ୍ଥାନ ନେବେ ପାର୍ଥିବ ପଟେଲ, ହେବେ ଏହି ଦଳର ବ୍ୟାଟିଂ କୋଚ୍‌…

ନୂଆଦିଲ୍ଲୀ,୨୨।୧୦: ପୂର୍ବତନ ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ ପାର୍ଥିବ ପଟେଲଙ୍କ ବିଷୟରେ ଏକ ବଡ ଖବର ସାମ୍ନାକୁ ଆସିଛି। ସେ ଖୁବ୍‌ଶୀଘ୍ର ପାକିସ୍ତାନ କ୍ରିକେଟ ଦଳର ବର୍ତ୍ତମାନର...

ପନ୍ତଙ୍କୁ ନିଜର ‘ଗୁରୁ’ ମାନିଲେ ଶାମି, ଦେଲେ ବଡ଼ ବୟାନ 

ନୂଆଦିଲ୍ଲୀ,୨୨।୧୦: ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ଶାମୀ ବର୍ତ୍ତମାନ ଆହତ ସମସ୍ୟାକୁ ନେଇ ଏନ୍‌ସିଏରେ ଅଛନ୍ତି। ଦିନିକିଆ ବିଶ୍ୱକପ୍‌ ୨୦୨୩ ପରେ ସେ ମଇଦାନକୁ...

ଓ୍ବାର୍ନରଙ୍କ ବଡ଼ ଘୋଷଣା, ଭାରତକୁ ହରାଇବା ଲାଗି ସନ୍ନ୍ୟାସରୁ ନେଇପାରନ୍ତି ୟୁ-ଟର୍ନ

ନୂଆଦିଲ୍ଲୀ,୨୨।୧୦: ପ୍ରାୟ ମାସକ ପରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫି ଖେଳାଯିବ। ୧୦ ବର୍ଷ ଧରି ପରାଜିତ ହୋଇ...

ଭାରତକୁ ବଡ଼ ଝଟ୍‌କା: କମନୱେଲଥ ଗେମ୍ସରୁ ଏହି ୫ ଖେଳକୁ ଦିଆଗଲା ବାଦ୍‌

ଗ୍ଲାସ୍‌ଗୋ,୨୨ା୧୦: କମନୱେଲଥ ଗେମ୍ସରେ ଭାରତର ପଦକ ସମ୍ଭାବନାକୁ ଏକ ବଡ଼ ଝଟ୍‌କା ଲାଗିଛି। ଆୟୋଜକ ସହର ଗ୍ଲାସ୍‌ଗୋ ୨୦୨୬ ସଂସ୍କରଣରୁ କ୍ରିକେଟ, ହକି, ବ୍ୟାଡମିଣ୍ଟନ, ରେସଲିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri