Advertisement

IND vs PAK: ଦେଶ ପାଇଁ କିଛି ବି କରିପାରିବେ ଏହି ଭାରତୀୟ କ୍ରିକେଟର୍‌: ପ୍ରଶଂସାରେ ପୋତିପକାଇଲେ ରିକି ପଣ୍ଟିଂ

ଦୁବାଇ,୨୨।୨: ଭାରତ ଚାମ୍ପିଅନ୍ସ ଟ୍ରଫିରେ ବିଜୟ ସହିତ ତା’ର ଅଭିଯାନ ଆରମ୍ଭ କରିଛି। ପ୍ରଥମ ମ୍ୟାଚ୍‌ରେ ଟିମ ଇଣ୍ଡିଆ ବାଂଲାଦେଶକୁ ୬ ଉଇକେଟରେ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ଶୁବମନ ଗିଲଙ୍କ ଶତକ ବ୍ୟତୀତ, ମହମ୍ମଦ ଶାମିଙ୍କ ୫ଟି ଉଇକେଟ ନେଇଥିଲେ। ଶାମିଙ୍କ ଏହି ପ୍ରଦର୍ଶନ ସାରା ବିଶ୍ୱର ମହାନ କ୍ରିକେଟରଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସମସ୍ତେ ତାଙ୍କୁ ପ୍ରଶଂସା କରିଛନ୍ତି। ପୂର୍ବତନ ଅଷ୍ଟ୍ରେଲିୟ ଅଧିନାୟକ ରିକି ପଣ୍ଟିଂ ମଧ୍ୟ ଶାମିଙ୍କ ଦୃଢ଼ ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି।
ସେ କହିଛନ୍ତି, ଚାମ୍ପିଅନ୍ସ ଟ୍ରଫିର ଭାରତର ପ୍ରଥମ ମ୍ୟାଚ୍‌ରେ ତାଙ୍କର ୫ ଉଇକେଟ ଅକ୍ତିଆର ପ୍ରମାଣ କରୁଛି ଯେ ଆଘାତ ଯୋଗୁ ଦୀର୍ଘ ସମୟ ବାହାରେ ରହିବା ପରେ ସେ ସର୍ବୋ୍ରଷ୍ଠ ପ୍ରଦର୍ଶନ କରୁଛନ୍ତି। ଭାରତ ବାଂଲାଦେଶକୁ ୨୨୮ ରନରେ ଅଲଆଉଟ କରିବା ସହିତ ଶାମି ୫-୫୩ ରନରେ ଚମତ୍କାର ପ୍ରଦର୍ଶନ କରି ଆଇସିସି ଟୁର୍ନମେଣ୍ଟକୁ ଫେରିଥିଲେ। ଶାମି ସବୁଠାରୁ କମ ଇନିଂସରେ ୨୦୦ଟି ଦିନିକିଆ ଉଇକେଟ ନେବାରେ ଦ୍ୱିତୀୟ ଦ୍ରୁତତମ ଭାରତୀୟ ବୋଲର ମଧ୍ୟ ହୋଇଥିଲେ। ସେ ଏପରି ଖେଳାଳି ଦେଶ ପାଇଁ କିଛି ବି କରିପାରିବ। ଶାମି ମୋତେ ସବୁବେଳେ ଜଣେ ପ୍ରକୃତ ଖେଳାଳି ପରି ମନେହୁଏ।
ସୂଚନାଯୋଗ୍ୟ, ୨୦୨୩ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ଏକଦିବସୀୟ ବିଶ୍ୱକପ ଫାଇନାଲ ସମୟରେ ଗୋଡ଼ରେ ଆଘାତ ଲାଗିବା କାରଣରୁ ଶାମି ୧୪ ମାସ ପାଇଁ ଅନ୍ତର୍ଜାତୀୟ କ୍ରିକେଟରୁ ବାହାରେ ଥିଲେ। ଆଘାତ ପାଇଁ ଅସ୍ତ୍ରୋପଚାର ଆବଶ୍ୟକ ଥିଲା ଏବଂ ତାଙ୍କ ବାମ ଆଣ୍ଠୁ ଫୁଲିଯିବା ଦ୍ୱାରା ତାଙ୍କର ଆରୋଗ୍ୟ ପ୍ରକ୍ରିୟା ଆହୁରି ବିଳମ୍ବିତ ହୋଇଥିଲା, ଯାହା ଫଳରେ ସେ ଗୋଟିଏ ବର୍ଷରୁ ଅଧିକ ସମୟ ପାଇଁ ଅନ୍ତର୍ଜାତୀୟ ଖେଳରୁ ଦୂରେଇ ରହିଥିଲେ।

 

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share