Categories: ଖେଳ

ଭାରତ-ପାକିସ୍ତାନ ମହାମୁକାବିଲା ଆଜି: ଜାଣନ୍ତୁ କେଉଁଠି ଆଉ କେତେବେଳେ ଦେଖିବେ ମ୍ୟାଚ୍‌…

କଲମ୍ବୋ,୧୯।୭: ପୁଣିଥରେ ଭାରତ-ପାକିସ୍ତାନ ମଧ୍ୟରେ ମହାମୁକାବିଲା ଦେଖିବାକୁ ପାଇବେ କ୍ରିକେଟ ପ୍ରଶଂସକ। ଏସିସି ମେନ୍ସ ଏମର୍ଜିଂ ଟିମ୍ସ ଏସିଆ କପ୍‌ ୨୦୨୩ ଟୁର୍ନାମେଣ୍ଟରେ ବୁଧବାର ଏହି ମ୍ୟାଚ୍‌ ଭାରତ ଏବଂ ପାକିସ୍ତାନ ‘ଏ’ ଟିମ୍‌ ମଧ୍ୟରେ ଖେଳାଯିବ। ଟୁର୍ନାମେଣ୍ଟରେ ଭାରତ ‘ଏ’ ଟିମ୍‌ର ଅଧିନାୟକତ୍ୱ ୟଶ ଧୁଲ ସମ୍ଭାଳୁଛନ୍ତି। ଅଭିଷେକ ଶର୍ମା ଉପ-ଅଧିନାୟକ ଅଛନ୍ତି।

ତେବେ ଏସିସି ମେନ୍ସ ଏମର୍ଜିଂ ଟିମ୍ସ ଏସିଆ କପ୍‌ ୨୦୨୩ ଟୁର୍ନାମେଣ୍ଟ ଶ୍ରୀଲଙ୍କାରେ ୧୩ରୁ ୨୩ ଜୁଲାଇ ପର୍ଯ୍ୟନ୍ତ ଖେଳାଯାଉଛି। ଏସିଆର ୮ ଦେଶ ଏଥିରେ ଭାଗ ନେଇଛନ୍ତି। ଦିନିକିଆ ଫର୍ମାଟରେ ଏହା ଖେଳାଯାଉଛି। ଭାରତୀୟ ‘ଏ’ ଟିମ୍‌ ଗ୍ରୁପ୍‌ ବିରେ ନେପାଳ, ୟୁଏଇ, ପାକିସ୍ତାନ ‘ଏ’ ଟିମ୍‌ ସହ ରହିଛି।

ଆସନ୍ତୁ ଜାଣିବା ଆଜିର ମହାମୁକାବିଲା କେବେ ଆଉ କେଉଁଠି ଦେଖିବେ?

-ମ୍ୟାଚ୍‌ କଲମ୍ବୋର ଆର୍‌ ପ୍ରେମଦାସା କ୍ରିକେଟ ଷ୍ଟାଡିୟମରେ ଖେଳାଯିବ।

-ଭାରତ ‘ଏ’ ଏବଂ ପାକିସ୍ତାନ ‘ଏ’ ମଧ୍ୟରେ ଟୁର୍ନାମେଣ୍ଟର ଏହା ୧୨ତମ ମ୍ୟାଚ୍‌। ଭାରତୀୟ ସମୟାନୁସାରେ ଅପରାହ୍ନ ୨ଟାରେ ଆରମ୍ଭ ହେବ। ଅଧଘଣ୍ଟା ପୂର୍ବରୁ ଟସ୍‌ ପଡ଼ିବ।

-ମ୍ୟାଚ୍‌ଟିକୁ ଷ୍ଟାର ସ୍ପୋଟ୍ସ ନେଟଓ୍ବାର୍କରେ ଲାଇଭ୍‌ ଦେଖିପାରିବେ।

-ମୋବାଇଲରେ ଫ୍ୟାନକୋଡ୍‌ ଆପ୍‌ରେ ଏହାକୁ ଲାଇଭ୍‌ ଦେଖିହେବ।

Share