ନୂଆଦିଲ୍ଲୀ,୨୩।୨: ଭାରତରେ କ୍ରିକେଟ ପ୍ରତି ଲୋକଙ୍କ କ୍ରେଜ୍ ବହୁତ ଅଧିକ। ହେଲେ ଯେତେବେଳେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ କଥା ଆସେ, ଏହା ଦ୍ୱିଗୁଣିତ ହୋଇଯାଏ। ରବିବାର ଉଭୟ ଦଳ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫିର ଦ୍ୱିତୀୟ ମୁକାବିଲା ଖେଳାଯାଉଛି। ଦୁଇ ଦଳ ମଧ୍ୟରୁ ଯେକୌଣସି ଦଳ ଏହି ମ୍ୟାଚ୍ ଜିତିପାରେ। ହେଲେ ଏହି ମ୍ୟାଚ୍ର ଫଳାଫଳ ଆସିବା ପୂର୍ବରୁ ମୁକେଶ ଅମ୍ବାନୀ ଏକ ରେକର୍ଡ କରିଛନ୍ତି।
ଭାରତ ଏବଂ ପାକିସ୍ତାନ କ୍ରିକେଟ୍ ମ୍ୟାଚ୍ ପ୍ରସାରଣ କରିବାର ଅଧିକାର JioHotstar ପାଖରେ ଅଛି। ଜିଓ ହଟଷ୍ଟାରରେ କୋଟି କୋଟି ଦର୍ଶକ ଭାରତ ବନାମ ପାକିସ୍ତାନ ମ୍ୟାଚ୍ ଦେଖୁଥିବାରୁ ଜିଓର ହଟଷ୍ଟାର ସହିତ ମିଶ୍ରଣ ନିଷ୍ପତ୍ତି ସଠିକ ପ୍ରମାଣିତ ହେଉଥିବା ପରି ମନେ ହେଉଛି।
ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ଏହି କ୍ରିକେଟ ମ୍ୟାଚ୍ର ଲାଇଭ ଷ୍ଟ୍ରିମିଂ ୧୨ କୋଟି ୩୦ ଲକ୍ଷରୁ ଅଧିକ ଲୋକେ ଉପଭୋଗ କରୁଛନ୍ତି। କୋଟି କୋଟି ଉପଭୋକ୍ତା ମୁକେଶ ଅମ୍ବାନୀଙ୍କ ଜିଓ ହଟଷ୍ଟାରରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏହି କ୍ରିକେଟ ମ୍ୟାଚ୍ ଲାଇଭ୍ ଦେଖୁଛନ୍ତି, ଯାହାକି ବଡ଼ ରେକର୍ଡ ବୋଲି କୁହାଯାଉଛି।
JioHotstar ବ୍ୟତୀତ Sports ୧୮ ପାଖରେ ଭାରତ-ପାକିସ୍ତାନ ମ୍ୟାଚ୍ ଟିଭିରେ ପ୍ରସାରଣ କରିବାର ଅଧିକାର ମଧ୍ୟ ଅଛି। ଯଦି ଏହି ଦେୟଯୁକ୍ତ ଚ୍ୟାନେଲ ଆପଣଙ୍କ DTH ଯୋଜନାରେ ନାହିଁ, ତେବେ ଆପଣ ରିଲାଏନ୍ସ ଜିଓ ଏବଂ ଏୟାରଟେଲ କମ୍ପାନୀର ଜିଓ ହଟଷ୍ଟାର ପ୍ଲାନ ସହିତ ରିଚାର୍ଜ କରି ମାଗଣାରେ JioHotstar ଆକ୍ସେସ ପାଇପାରିବେ।
Jio-Airtel Plans: ଏହି ଯୋଜନାଗୁଡ଼ିକରେ ମାଗଣାରେ ଉପଲବ୍ଧ ହେବ ଜିଓ ହଟଷ୍ଟାର
ଜିଓର ଦୁଇଟି ପ୍ଲାନ ଅଛି ଯାହା ଜିଓ ହଟଷ୍ଟାରର ମାଗଣା ଆକ୍ସେସ ପ୍ରଦାନ କରେ, ସବୁଠାରୁ ଶସ୍ତା ପ୍ଲାନର ମୂଲ୍ୟ ୧୯୫ ଟଙ୍କା ରହିଛି। ରିଲାଏନ୍ସ ଜିଓର ଏକ ୯୪୯ ଟଙ୍କାର ପ୍ଲାନ ମଧ୍ୟ ଅଛି ଯାହା ଜିଓ ହଟଷ୍ଟାରର ଆକ୍ସେସ ପ୍ରଦାନ କରୁଛି। ଅନ୍ୟପକ୍ଷରେ ଏୟାରଟେଲର ପ୍ରିପେଡ ଉପଭୋକ୍ତାଙ୍କ ପାଇଁ କେବଳ ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ଅନେକ ପ୍ଲାନ ଅଛି ଯାହା ଜିଓ ହଟଷ୍ଟାରର ମାଗଣା ଆକ୍ସେସ ଦେଉଛି, ଏହି ପ୍ଲାନଗୁଡ଼ିକର ମୂଲ୍ୟ ୧୬୦ ଟଙ୍କା, ୩୯୯୯ ଟଙ୍କା, ୫୪୯ ଟଙ୍କା ଏବଂ ୧୦୨୯ ଟଙ୍କା ରହିଛି।
