Categories: ଖେଳ

ଟସ୍‌ ଜିତି ଭାରତର ବୋଲିଂ ନିଷ୍ପତ୍ତି, ପ୍ଲେ-୧୧ରେ ଗିଲ୍‌ଙ୍କ ପ୍ରତ୍ୟାବର୍ତ୍ତନ

ଅହମ୍ମଦାବାଦ,୧୪।୧୦: ଦିନିକିଆ ବିଶ୍ୱକପ୍‌ର ଦ୍ୱାଦଶ ମ୍ୟାଚରେ ଭାରତ-ପାକିସ୍ତାନ ମଧ୍ୟରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆମନ୍ତ୍ରଣ ପାଇ ପାକିସ୍ତାନ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଛି। ବିଶ୍ୱକପ୍‌ ଇତିହାସରେ ଏହା ଦୁଇ ଦଳ ମଧ୍ୟରେ ଏହା ଅଷ୍ଟମ ମ୍ୟାଚ।

ଭାରତ ପ୍ଲେ-୧୧: ଶୁବମନ ଗିଲ୍‌, ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ଶ୍ରେୟସ ଆୟର, କେ.ଏଲ ରାହୁଲ (ଉଇକେଟ୍‌ କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର, ଜସପ୍ରୀତ ବୁମ୍ରା, କୁଲଦୀପ ଯାଦବ, ମହମ୍ମଦ ସିରାଜ।

ପାକିସ୍ତାନ ପ୍ଲେ-୧୧: ଅବଦୁଲ୍ଲା ଶାଫିକ, ଇମାମ ଉଲ ହକ, ବାବର ଆଜମ (ଅଧିନାୟକ), ମହମ୍ମଦ ରିଜୱାନ (ଉଇକେଟ୍‌ କିପର), ସଉଦ ଶକିଲ, ଇଫ୍‌ତିଖର ଅହମ୍ମଦ, ଶାଦବ ଖାନ (ଉପ-ଅଧିନାୟକ), ମହମ୍ମଦ ନୱାଜ, ହସନ ଅଲି, ଶାହିନ ଆଫ୍ରିଦି, ହରିସ ରଉଫ।

Share