ନୂଆଦିଲ୍ଲୀ,୨୫।୧୨: ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଟିମ ଇଣ୍ଡିଆ ୨୬ ଡିସେମ୍ବରଠାରୁ ଟେଷ୍ଟ ସିରିଜ୍ର ଆରମ୍ଭ କରିବାକୁ ଯାଉଛି। ସିରିଜ୍ର ପ୍ରଥମ ମ୍ୟାଚ ମଙ୍ଗଳବାର ଖେଳାଯିବ। ତେଣୁ ଏହାକୁ ବକ୍ସିଂ-ଡେ ଟେଷ୍ଟ ମ୍ୟାଚ ମଧ୍ୟ କୁହାଯାଏ । ଏହି ଟେଷ୍ଟ ସିରିଜରେ ଦୁଇଟି ମ୍ୟାଚ ଖେଳାଯିବ ।
ଭାରତୀୟ କ୍ରିକେଟ ଦଳ ଆଜି ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ସିରିଜ ଜିତିନାହିଁ। ଏହାପୂର୍ବରୁ ଟିମ ଇଣ୍ଡିଆ ବିରାଟ କୋହଲି, ମହେନ୍ଦ୍ର ସିଂ ଧୋନି,ସୌରଭ ଗାଙ୍ଗୁଲିଙ୍କ ସମେତ ଅନେକ ଅଧିନାୟକଙ୍କ ନେତୃତ୍ୱରେ ଏକ ଟେଷ୍ଟ ସିରିଜ୍ ଖେଳିବାକୁ ଦକ୍ଷିଣ ଆଫ୍ରିକା ଯାଇଛନ୍ତି, କିନ୍ତୁ ଥରେ ବି ବିଜୟର ସ୍ବାଦ ପାଇପାରି ନାହାଁନ୍ତି। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ମଇଦାନକୁ ଓହ୍ଲାଇବ। ଏଭଳି ପରିସ୍ଥିତିରେ ରୋହିତଙ୍କ ଠାରୁ ପୂରା ଦେଶ ଆଶା ରଖିଛି।
ଷ୍ଟାର ସ୍ପୋର୍ଟସ ସହ କଥାବାର୍ତ୍ତା କରି ସୁନୀଲ ଗାଭାସ୍କର କହିଛନ୍ତି, ପ୍ରଥ ମେ ଏବଂ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଚ୍ୟାଲେଞ୍ଜ ହେଉଛି ଆପଣଙ୍କର ମାନସିକ ସ୍ଥିତିକୁ ଟେଷ୍ଟ ମ୍ୟାଚ ସ୍ଥିତିକୁ ଆଣିବାକୁ ପଡ଼ିବ। ସେ ଦିନିକିଆ ଫର୍ମାଟ୍ରେ ବ୍ୟାଟିଂ କରୁଥିଲେ। ଯେଉଁଠାରେ ସେ ବ୍ୟାଟର୍ ଭାବରେ ଆକ୍ରମଣାତ୍ମକ ଭୂମିକା ଗ୍ରହଣ କରିଥିଲେ, ଏବଂ ପ୍ରଥମ ୧୦ ଓଭରରେ ଫିଲ୍ଡ ପ୍ରତିବନ୍ଧକର ସୁଯୋଗ ନେଇ ଯଥାସମ୍ଭବ ରନ ସ୍କୋର କରିବାକୁ ଚେଷ୍ଟା କରିଥିଲେ।