Categories: ଖେଳ

ଭାରତକୁ ଝଟକା, ମାତ୍ର ୨୪ ରନ୍‌ରେ ଗଲାଣି ୩ ଗୁରୁତ୍ୱପୂର୍ଣ୍ଣ ଉଇକେଟ୍‌

ସେଞ୍ଚୁରିଅନ୍‌,୨୬।୧୨: ଆଜିଠାରୁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ ଆରମ୍ଭ ହୋଇଛି। ସେଞ୍ଚୁରିଅନର ସୁପରପୋର୍ଟ ପାର୍କରେ ଉଭୟ ଦଳ ମୁହାଁମୁହିଁ ହୋଇଛନ୍ତି। ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଭାରତ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଛି।

ହେଲେ ଟିମ ଇଣ୍ଡିଆର ଆରମ୍ଭ ବହୁତ ଖରାପ ହୋଇଛି। ମାତ୍ର ୨୪ରନ୍‌ରେ ଭାରତ ୩ ଗୁରୁତ୍ୱପୂର୍ଣ୍ଣ ଉଇକେଟ୍‌ ହରାଇଛି। ରୋହିତ ଶର୍ମା (୫) ଏବଂ ଯଶସ୍ବୀ ଜସଓ୍ବାଲ (୧୭) ଏବଂ ଶୁବମାନ ଗିଲ ମାତ୍ର ୨ ରନ ସ୍କୋର କରିବା ପରେ ଆଉଟ ହୋଇଛନ୍ତି।

Share