Categories: ଖେଳ

ଇତିହାସ ରଚିଲେ କୋହଲି

ନୂଆଦିଲ୍ଲୀ,୨।୭: ଭାରତ ଟି -୨୦ ବିଶ୍ୱକପ୍‌ ୨୦୨୪ ଟ୍ରଫି ଜିତିଛି। ଟି -୨୦ ବିଶ୍ୱକପ୍‌ ୨୦୨୪ର ଫାଇନାଲ ମ୍ୟାଚ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚକୁ ଭାରତ ୭ ରନରେ ଜିତି ନେଇଛି। ଏହା ସହ ଭାରତ ଦୁଇଥର ଟି -୨୦ ବିଶ୍ୱକପ୍‌ ଜିତିଛି। ଏହି ଫାଇନାଲ ମ୍ୟାଚରେ ବିରାଟ କୋହଲି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ବିଜୟ ସହିତ ବିରାଟ କୋହଲି ଇତିହାସ ସୃଷ୍ଟି କରିଛନ୍ତି। ଏହା ପରେ ସେ ବିଶ୍ୱର ଏକମାତ୍ର ଖେଳାଳି ହୋଇଯାଇଛନ୍ତି, ଯିଏକି ତାଙ୍କ କ୍ରିକେଟ କ୍ୟାରିୟରରେ ସମସ୍ତ ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି)ର ହ୍ବାଇଟ୍‌ ବଲ କ୍ରିକେଟର ସମସ୍ତ ଟ୍ରଫି ଜିତିଛନ୍ତି।

ବିରାଟ କୋହଲିଙ୍କୁ ଏବେ ଏକ ଭିନ୍ନ ଦୃଷ୍ଟିକୋଣରୁ ଦେଖାଯିବ କାରଣ ସେ ଏକ ବଡ଼ ଇତିହାସ ସୃଷ୍ଟି କରିଛନ୍ତି। ସେ ୪ ଆଇସିସି ହ୍ବାଇଟ ବଲ ଟ୍ରଫି ଜିତିବାରେ ଦୁନିଆର ପ୍ରଥମ କ୍ରିକେଟର ହୋଇଛନ୍ତି। ଯେଉଁଥିରେ ଅଣ୍ଡର -୧୯ ବିଶ୍ୱକପ୍‌, ଟି -୨୦ ବିଶ୍ୱକପ୍‌, ଚାମ୍ପିୟନ୍ସ ଟ୍ରଫି ଏବଂ ଦିନିକିଆ ବିଶ୍ୱକପ୍‌ ଅନ୍ତର୍ଭୁକ୍ତ । ଏପରିକି ଏମଏସ ଧୋନି ମଧ୍ୟ ଏହି ସଫଳତା ହାସଲ କରିପାରିନାହାନ୍ତି।

Share