ଭୟଭୀତ ଅନୁଷ୍କା, କହିଲେ ହେ ଭଗବାନ

ଭାରତୀୟ କ୍ରିକେଟ ଦଳକୁ ଚଳିତ ମାସରେ ଦକ୍ଷିଣ ଆଫ୍ରିକା ଗସ୍ତ କରିବାକୁ ପଡିବ। କିନ୍ତୁ ଦକ୍ଷିଣ ଆଫ୍ରିକାରେ କରୋନା ନୂଆ ଭାରିଆଣ୍ଟ ଓମିକ୍ରନ ମଧ୍ୟରେ ଏହି ଗସ୍ତ ଏକ ସପ୍ତାହ ପାଇଁ ବିଳମ୍ବ ହୋଇପାରେ। ଦକ୍ଷିଣ ଆଫ୍ରିକାରେ କରୋନା ମାମଲା ଦ୍ରୁତ ଗତିରେ ବଢିବାରେ ଲାଗିଛି। ଏନେଇ ଭୟଭୀତ ହୋଇ ପଡିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ସ୍ତ୍ରୀ ଅନୁଷ୍କା ଶର୍ମା। ସେ ତାଙ୍କ ଇନଷ୍ଟା ଷ୍ଟାଟସରେ ଏହା ସହ ଜଡିତ ଏକ ଖବର ଶେୟାର କରିଛନ୍ତି।


ଦକ୍ଷିଣ ଆଫ୍ରିକାରେ ଓମିକ୍ରନ ଭାରିଆଣ୍ଟ ଦେଖାଯିବା ପରେ ନୂତନ କରୋନା ମାମଲା ସଂଖ୍ୟା ଦ୍ୱିଗୁଣିତ ହୋଇଛି। ବୁଧବାର ଏଠାରେ ୮୫୬୧ଟି ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛି। ଗୋଟିଏ ଦିନ ପୂର୍ବରୁ ଏହି ସଂଖ୍ୟା ୪୩୭୩ ଥିଲା। କାହାକୁ ଭୟଭୀତ କରିବା ପାଇଁ ଏହି ସଂଖ୍ୟା ଯଥେଷ୍ଟ। ସେଥିପାଇଁ ଅନୁଷ୍କା ଶର୍ମା ମଧ୍ୟ ଏହା ବିଷୟରେ ଚିନ୍ତିତ ହୋଇ ତାଙ୍କ ଇନଷ୍ଟା ଷ୍ଟାଟସରେ ଲେଖିଛନ୍ତି – ହେ ଭଗବାନ ।
ଟିମ ଇଣ୍ଡିଆକୁ ଦକ୍ଷିଣ ଆଫ୍ରିକାରେ ତିନୋଟି ଟେଷ୍ଟ, ୩ ଟି ଦିନିକିଆ ଏବଂ ଚାରି ଟି-୨୦ ଖେଳିବାକୁ ପଡିବ। ଏହାପୂର୍ବରୁ ସେପ୍ଟେମ୍ବରରେ କରୋନା ମାମଲା ସାମ୍ନାକୁ ଆସିବା ପରେ ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ପଞ୍ଚମ ଟେଷ୍ଟ ଖେଳିବାକୁ ମନା କରିଦେଇଥିଲା।

Share