Categories: ଖେଳ

ସିରିଜ୍‌ ଜିତିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବେ ଦୁଇ ଦଳ

ବେଙ୍ଗାଲୁରୁ,୧୯।୬: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ସିରିଜର ଶେଷ ମ୍ୟାଚ ଆଜି ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ ଉଭୟ ଦଳ ପାଇଁ କର ବା ମର ହେବ। ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜରେ ଉଭୟ ଦଳ ଦୁଇଟି ଲେଖାଏ ମ୍ୟାଚ ଜିତିଛନ୍ତି। ତେଣୁ ଶେଷ ମ୍ୟାଚ ଜିତିଥିବା ଦଳ ସିରିଜ ଜିତିବ। ଭାରତ ଏପର୍ଯ୍ୟନ୍ତ ନିଜ ଦେଶରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ କୌଣସି ଟି-୨୦ ସିରିଜ ଜିତି ନାହିଁ ଏବଂ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ସିରିଜ ଜିତିବାର ଟିମ ଇଣ୍ଡିଆ ନିକଟରେ ସୁଯୋଗ ରହିଛି।

Share