Categories: ଖେଳ

ଭାରତୀୟ କ୍ରିକେଟ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି

ନୂଆଦିଲ୍ଲୀ,୧୦।୬: ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ୭ ଉଇକେଟ ନେଇ ଭାରତକୁ ପରାସ୍ତ କରିଛି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ଚାରି ଉଇକେଟ ହରାଇ ୨୧୧ ରନ ସଂଗ୍ରହ କରିଥିଲେ। ଏହାର ଜବାବରେ ଦକ୍ଷିଣ ଆଫ୍ରିକା ୧୯.୧ ଓଭରରେ ତିନି ଉଇକେଟ ହରାଇ ବିଜୟ ହାସଲ କରିଥିଲା। ଭାରତର ଅନ୍ତର୍ଜାତୀୟ ଟି-୨୦ ଇତିହାସରେ ଏହା ପ୍ରଥମ ଥର ପାଇଁ ୨୦୦ରୁ ଅଧିକ ସ୍କୋର କରି ମ୍ୟାଚ ହାରିଥିଲା।
ବିଶେଷ କଥା ହେଉଛି ଟିମ ଇଣ୍ଡିଆର ନାମ ହେଉଛି ଅନ୍ତର୍ଜାତୀୟ ଟି-୨୦ରେ ସର୍ବାଧିକ ୨୦ ଥର ୨୦୦+ ରନ ସ୍କୋର କରିବାର ରେକର୍ଡ ରହିଛି। ଟି-୨୦ ଅନ୍ତର୍ଜାତୀୟ ଇତିହାସରେ ଏହା ପ୍ରଥମ ଥର ପାଇଁ ଘଟିଥିଲା। ଟିମ ଇଣ୍ଡିଆ ୨୦୦ରୁ ଅଧିକ ସ୍କୋର କରିଥିଲା ଏବଂ ଏହା ପରେ ମଧ୍ୟ ମ୍ୟାଚ ହାରିଥିଲା।

Share