ଗୁଆହାଟି,୧୦।୧: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆରେ ଚମକିଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ୍। ଅଧିନାୟକ ରୋହିତ ଶର୍ମା, ଓପନର୍ ଶୁଭମନ ଗିଲ ଏବଂ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁ ଦଳ ବିରୋଧୀ ଟିମ୍ ଆଗରେ ବିଶାଳ ସ୍କୋର ଛିଡ଼ା କରିବାରେ ସଫଳ ହୋଇଛି। ନିର୍ଦ୍ଧାରିତ ୫୦ ଓଭରରେ ଭାରତୀୟ ଟିମ୍ ୭ ଉଇକେଟ ହରାଇ ୩୭୩ ରନ୍ କରିଛି। ଏଣୁ ଶ୍ରୀଲଙ୍କାକୁ ଜିତିବା ଲାଗି ୩୭୪ ରନ୍ର ଟାର୍ଗେଟ ମିଳିଛି।
ସୁସ୍ଥ ହୋଇ ଫେରିଥିବା ରୋହିତ ମ୍ୟାଚ୍ରେ ୬୭ ବଲ୍ ଖେଳି ୮୩ ରନ୍ କରିଥିଲେ। ସେ ଶତକ ମାରିବେ ବୋଲି ଆଶା କରାଯାଉଥିଲେ ହେଁ ତାହା ହୋଇପାରି ନ ଥିଲା। ସେହିଭଳି କୋହଲି ଏଥିରେ ଶତକୀୟ ପାଳି ଖେଳିଛନ୍ତି। ସେ ୮୭ ବଲ୍ରେ ୧୧୩ ରନ୍ କରିଛନ୍ତି। ଶୁଭମନ ମଧ୍ୟ ୬୦ ବଲ୍ରେ ୭୦ ରନ୍ କରିଛନ୍ତି।