Categories: ଖେଳ

କ୍ଲିନ୍‌ସୁଇପ୍‌ ଲକ୍ଷ୍ୟରେ ଭାରତ: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ତ୍ରିନିଦାଦ,୨୦।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ଦୁଇ ଟେଷ୍ଟ ସିରିଜର ଦ୍ୱିତୀୟ ତଥା ଅନ୍ତିମ ମ୍ୟାଚ ଆଜିଠାରୁ ଖେଳାଯିବ। ତ୍ରିନିଦାଦରେ ଉଭୟ ଦଳ ମୁହାଁମୁହିଁ ହେବେ। ଡୋମିନିକାରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଭାରତ ଗୋଟିଏ ଇନିଂସ ଏବଂ ୧୪୧ ରନରେ ଜିତିଥିଲା। ଭାରତ ସିରିଜ କ୍ଲିନ୍‌ସୁଇପ୍‌ ଲକ୍ଷ୍ୟରେ ଭାରତ ପଡିଆକୁ ଓହ୍ଲାଇବ। ଏହା ଉଭୟ ଦେଶ ମଧ୍ୟ ୧୦୦ତମ ଟେଷ୍ଟ ହେବ। ଭାରତ ଏବଂ ୱେଷ୍ଟଇଣ୍ଡିଜ ଏପର୍ଯ୍ୟନ୍ତ ୯୯ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି, ଯେଉଁଥିରେ ୱେଷ୍ଟଇଣ୍ଡିଜ ୩୦ ଏବଂ ଭାରତ ୨୩ଟି ଜିତିଛି। ୪୬ ଟେଷ୍ଟ ମ୍ୟାଚ ଡ୍ର ହୋଇଛ।
ଭାରତ ଏବଂ ଓ୍ବେଷ୍ଟଇଣ୍ଡଜ୍‌ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଭାରତୀୟ ସମୟରେ ୭.୩୦ରୁ ଆରମ୍ଭ ହେବ। ଡିଡି ସ୍ପୋର୍ଟସରେ ଏହାର ସିଧା ପ୍ରସାରଣ ହେବ। ଏହି ମ୍ୟାଚ ଜିଓ ସିନେମା ଏବଂ ଫାନକୋଡ ଆପ ଏବଂ ୱେବସାଇଟରେ ଦେଖିପାରିବେ। ଜିଓ ସିନେମା ଆପ କିମ୍ବା ୱେବସାଇଟରେ ଆପଣ ମାଗଣାରେ ମ୍ୟାଚ ଦେଖିପାରିବେ।

Share