Categories: ଖେଳ

ସୂର୍ଯ୍ୟକୁମାରଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ ଆଓ୍ବାର୍ଡ

ଗୁଏନା,୯।୮: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ଦିନିକିଆ ସିରିଜରେ ସୂର୍ଯ୍ୟକୁମାର ଯାଦବ ବିଶେଷ କିଛି କରିପାରି ନଥିଲେ। ସେ ଟି-୨୦ ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ମଧ୍ୟ ଫ୍ଲପ ହୋଇଥିଲେ। କିନ୍ତୁ ତୃତୀୟ ମ୍ୟାଚରେ ସୂର୍ଯ୍ୟ ଏକ ଚମତ୍କାର ପ୍ରଦର୍ଶନ ସହ ପ୍ରତ୍ୟାବର୍ତ୍ତନ କରିଛନ୍ତି। ୮୩ ରନରେ ଚମତ୍କାର ଇନିଂସ ଖେଳି ଭାରତର ବିଜୟରେ ସୂର୍ଯ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଟିମ ଇଣ୍ଡିଆ ୭ଉଇକେଟ୍‌ରେ ବିଜୟ ହାସଲ କରିଛି।

ମ୍ୟାଚ ପରେ ସୁର୍ଯ୍ୟକୁମାର ଇନିଂସ ବିଷୟରେ କହିଛନ୍ତି, ଯେତେବେଳେ ମୁଁ ପାୱାର ପ୍ଲେରେ ବ୍ୟାଟିଂ କରିବାକୁ ପହଞ୍ଚିଲି ଏହା ମୋ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ଟିମ୍‌ ମ୍ୟାନେଜ୍‌ମେଣ୍ଟ ମଧ୍ୟ ସମାନ ଚାହୁଁଥିଲା। ମୁଁ ଅନେକ ରେମ୍ପ ଏବଂ ସ୍କୁପ ସଟ ଅଭ୍ୟାସ କରିଛି ଏବଂ ମୁଁ ଏହାକୁ ମଧ୍ୟ ଖେଳିବାକୁ ପସନ୍ଦ କରେ। ତିଳକଙ୍କୁ ସୂଚାଇ ସୂର୍ଯ୍ୟ କହିଛନ୍ତି, ଆମେ ଦୁହେଁ ଦୀର୍ଘ ସମୟ ଧରି ଏକାଠି ବ୍ୟାଟିଂ କରିଛୁ। ଆମେ ଦୁହେଁ ପରସ୍ପରର ବ୍ୟାଟିଂ ଶୈଳୀ ଜାଣୁ। ଏହା ଆମର ଆତ୍ମବିଶ୍ୱାସ ବଢାଇଥାଏ। ତିଲକ ଏକ ଚମତ୍କାର ଇନିଂସ ଖେଳିଛନ୍ତି।

Share