
ମୁମ୍ବାଇ,୨୪ା୧୨: ଅଷ୍ଟ୍ରେଲିଆ ବିପକ୍ଷ ଏକମାତ୍ର ଟେଷ୍ଟ ସିରିଜ ଜିତି ଇତିହାସ ରଚିଛି ଭାରତୀୟ ମହିଳା ଦଳ। ମୁମ୍ବାଇର ୱାଖଡେ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ୮ ଉଇକେଟରେ ଭାରତ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଏଥି ସହିତ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ମ୍ୟାଚ ଜିତିଛି ଭାରତ। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟିମ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା।
ତେବେ ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୨୧୯ ରନରେ ଅଲଆଉଟ ହୋଇଯାଇଥିଲା ବେଳେ ଭାରତ ପ୍ରଥମ ଇନିଂସରେ ୪୦୬ ରନର ବିଶାଳ ସ୍କୋର ଛିଡା କରିଥିଲା। ଏହାପରେ ଦ୍ୱିତୀୟ ଇଂନିସରେ ମଧ୍ୟ ଅଷ୍ଟ୍ରେଲିଆ ବ୍ୟାଟର ବିଶେଷ କିଛି କରି ପାରିନାଥଲେ ଏବଂ ୨୬୧ ରନରେ ଅଲଆଉଟ ହୋଇଯାଇଥିଲେ। ଦ୍ୱିତୀୟ ଇନିଂସରେ ଭାରତ ୭୫ ରନ୍ ଟାର୍ଗେଟକୁ ୨ ୱିକେଟ ହରାଇ ହାସଲ କରି ନେଇଥିଲା। ଦୁଇ ଇନିଂସରେ ୭ ଉଇକେଟ ନେଇଥିବା ସ୍ନେହା ରାଣାଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ୍ ଘୋଷଣା କରାଯାଇଥିଲା।
wickets in the first innings
wickets in the second!
Congratulations to @SnehRana15 who is adjudged the Player of the Match in the #INDvAUS Test
Scorecard
https://t.co/7o69J2XRwi#TeamIndia | @IDFCFIRSTBank pic.twitter.com/x7PcTdIaMu
— BCCI Women (@BCCIWomen) December 24, 2023