Categories: ଖେଳ

ଭାରତୀୟ ଦଳର ଲଜ୍ଜାଜନକ ପରାଜୟ

ଢାକା,୧୬।୭: ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ରେ ବାଂଲାଦେଶ ମହିଳା ଦଳ ୪୦ ରନ୍‌ରେ ଭାରତକୁ ପରାସ୍ତ କରିଛି। ଦିନିକିଆ କ୍ରିକେଟ ଇତିହାସରେ ପ୍ରଥମ ଥର ପାଇଁ ଟିମ ଇଣ୍ଡିଆ ବାଂଲାଦେଶଠାରୁ ଏକ ମ୍ୟାଚ ହାରିଛି। ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ୧୫୨ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ଟିମ ଇଣ୍ଡିଆ କେବଳ ୧୧୩ ରନ ସ୍କୋର କରି ଡକୱର୍ଥ-ଲୁଇସ ପଦ୍ଧତି ଅନୁଯାୟୀ ୪୦ ରନ୍‌ରେ ମ୍ୟାଚ ହାରିଥିଲା।

Share