Posted inଖେଳ

ଭାରତକୁ ୨୬୧ ରନ୍‌ର ବିଜୟ ଲକ୍ଷ୍ୟ

ଖ୍ରୀଷ୍ଟଚର୍ଚ୍ଚ,୧୦।୩: ଆଇସିସି ମହିଳା ବିଶ୍ୱକପ ୨୦୨୨ର ଏକ ମ୍ୟାଚ୍‌ରେ ଗୁରୁବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଛି। ଭାରତୀୟ ଅଧିନାୟିକା ମିତାଲି ରାଜ ଟସ ଜିତି ଆୟୋଜକ ନ୍ୟୁଜିଲାଣ୍ଡକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ। ନ୍ୟୁଜିଲାଣ୍ଡ ଭାରତକୁ ୨୬୧ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି।
କିଓ୍ବିି ଦଳ ୫୦ ଓଭରରେ ନଅ ଉଇକେଟ ହରାଇ ୨୬୦ ରନ ସଂଗ୍ରହ କରିଥିଲା। ଦଳ ପାଇଁ ଆମି ସଟରଥୱାଇଟ ସର୍ବାଧିକ ୭୫ ରନ ସଂଗ୍ରହ କରିଥିଲେ। ଆମେଲିଆ କେରେ ୫୦ ରନର ଇନିଂସ ଖେଳିଥିଲେ। ଏହା ବ୍ୟତୀତ କେଟି ମାର୍ଟିନ ୪୧ ରନ ସଂଗ୍ରହ କରିଥିଲେ। ଭାରତ ପାଇଁ ଶେଷ ମ୍ୟାଚର ହିରୋଇନ ହୋଇଥିବା ପୂଜା ଭାଷ୍ଟ୍ରକର ସର୍ବାଧିକ ଚାରିଟି ଉଇକେଟ ନେଇଥିଲେ। ସେ ଏକ ହ୍ୟାଟ୍ରିକ ମଧ୍ୟ ହରାଇଲେ। ଏଥିସହିତ ରାଜେଶ୍ୱରୀ ଗାଏକ୍ୱାଡ ଦୁଇଟି ଉଇକେଟ ନେଇଥିଲେ।
ବିଶ୍ୱକପ୍‌ରେ ବହୁତ ଭଲ ରନ ହାର ରହିଛି। ଅଷ୍ଟ୍ରେଲିଆ ଏବଂ ୱେଷ୍ଟଇଣ୍ଡିଜ ଭାରତଠାରୁ ଆଗରେ ଅଛି। ଯଦି ଟିମ ଇଣ୍ଡିଆ ଆଜିର ମ୍ୟାଚ ଜିତେ, ତେବେ ଏହା ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିବ। ଶେଷ ଥର ପାଇଁ ଭାରତ ଏବଂ ନ୍ୟୁଜିଲାଣ୍ଡ ଦଳ ବିଶ୍ୱକପରେ ମୁହାଁମୁହିଁ ହୋଇଥିଲେ, ଟିମ ଇଣ୍ଡିଆ ୧୮୬ ରନ ଜିତିଥିଲା। ସେହି ମ୍ୟାଚରେ ମିତାଲି ୧୦୯ ରନର ଚମତ୍କାର ଇନିଂସ ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନ୍ୟୁଜିଲାଣ୍ଡକୁ ମିଳିଲା ଦିନିକିଆ-ଟି୨୦ର ନୂଆ ଅଧିନାୟକ

ନୂଆଦିଲ୍ଲୀ,୧୮।୧୨: ମିଚେଲ ସାଣ୍ଟନରଙ୍କୁ ଆଧିକାରୀକ ଭାବେ ନ୍ୟୁଜିଲାଣ୍ଡର ହ୍ବାଇଟ୍‌ ବଲ୍‌ ଟିମ୍‌ର ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ସେ କେନ୍‌ ଓ୍ବିଲିୟମସନଙ୍କ ସ୍ଥାନ ନେବେ, ଯିଏ...

ପୁଲଓ୍ବାମା ଶହୀଦଙ୍କ ପୁଅଙ୍କ ଜୀବନ ବଦଳାଇଦେଲେ ସେହ୍ବାଗ, ଟିମ୍‌ରେ ହେଲା ଚୟନ

ନୂଆଦିଲ୍ଲୀ,୧୮।୧୨: ୨୦୧୯ ଫେବୃଆରୀ ୧୪ରେ ପୁଲଓ୍ବାମାରେ ଆତଙ୍କବାଦୀମାନେ ସିଆର୍‌ପିଏଫ୍‌ ଯବାନଙ୍କ ବସ୍‌କୁ ଉଡାଇ ଦେଇଥିଲେ। ଏଥିରେ ୪୦ ଯବାନ ଶହୀଦ ହୋଇଥିଲେ। ଉକ୍ତ ଯବାନଙ୍କ ମଧ୍ୟରେ...

ଅଶ୍ୱିନଙ୍କ ସନ୍ନ୍ୟାସ ଘୋଷଣାର ସମୟକୁ ନେଇ ପ୍ରଶ୍ନ ଉଠାଇଲେ ଗାଭାସ୍କର, କହିଦେଲେ ଏମିତି

ବ୍ରିସବେନ,୧୮।୧୨: ଭାରତୀୟ ଟିମ୍‌ର ପୂର୍ବତନ ଅଧିନାୟକ ତଥା ନିଜ ସମୟର ଭେଟେରାନ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର ରବିଚନ୍ଦ୍ରନ ଅଶ୍ୱିନଙ୍କ ଅବସର ଘୋଷଣା ନେଇ ପ୍ରଶ୍ନ ଉଠାଇଛନ୍ତି।...

ତୁମେମାନେ ମୋତେ ମାରିଦେବ…ଅଶ୍ୱିନଙ୍କ ଅବସର ପରେ ଏମିତି କାହିଁକି କହିଲେ ରୋହିତ?

ନୂଆଦିଲ୍ଲୀ,୧୮।୧୨: ଗାବା ଟେଷ୍ଟ ଡ୍ର’ ହେବା ପରେ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଅବସର ଘୋଷଣା କରି ସମସ୍ତଙ୍କୁ ଚମକାଇଦେଇଛନ୍ତି। ଏହା ପରେ ସେ ଅଧିନାୟକ...

ଇମୋଶନାଲ୍‌ ହେଲେ କୋହଲି, ଅଶ୍ୱିନଙ୍କୁ ନେଇ କହିଦେଲେ ଏମିତି କଥା

ନୂଆଦିଲ୍ଳୀ,୧୮।୧୨: ଗାବାରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚ ପରେ ରବିଚନ୍ଦ୍ରନ ଅଶ୍ୱିନ ଅବସର ଘୋଷଣା କରିଛନ୍ତି। ଅଶ୍ୱିନ ଆଉ ଅନ୍ତର୍ଜାତୀୟ କ୍ରିକେଟରେ...

ବର୍ଷା ବିଗାଡିଦେଳା ଖେଳ: ଗାବା ଟେଷ୍ଟ ଡ୍ର’

ବ୍ରିସବେନ,୧୮।୧୨: ବ୍ରିସବେନର ଗାବା ଠାରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ଡ୍ର ହୋଇଥିଲା। ଅଷ୍ଟ୍ରେଲିଆ ଜିତିବା ପାଇଁ ଭାରତକୁ...

୭୬୫ ଉଇକେଟ୍‌, ୪୩୯୪ ରନ୍‌..ଅଶ୍ୱିନଙ୍କ ୧୪ ବର୍ଷ କ୍ରିକେଟ୍‌ କ୍ୟାରିୟର୍‌ ଥିଲା ଏମିତି

ନୂଆଦିଲ୍ଲୀ,୧୮।୧୨: ଭାରତର କିମ୍ବଦନ୍ତୀ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ବର୍ଷା ଯୋଗୁ ଭାରତ ବନାମ ଅଷ୍ଟ୍ରେଲିଆ ବ୍ରିସବେନ ଟେଷ୍ଟକୁ ଡ୍ର...

ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଲେ ଅଶ୍ୱିନ୍‌, ଗାବା ଟେଷ୍ଟ ପରେ କଲେ ଘୋଷଣା

ନୂଆଦିଲ୍ଲୀ,୧୮।୧୨: ଟିମ ଇଣ୍ଡିଆର ଭେଟେରାନ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱିନ ଅବସର ଘୋଷଣା କରିଛନ୍ତି। ତାଙ୍କୁ ଆଉ ଅନ୍ତର୍ଜାତୀୟ କ୍ରିକେଟରେ ଦେଖିବାକୁ ମିଳିବ ନାହିଁ। ଦ ଗାବାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri