Categories: ଜାତୀୟ

୮୮ ମିନିଟର ଭାଷଣରେ ୨୯ ଥର କୃଷକ ଶବ୍ଦର ବ୍ୟବହାର କଲେ ମୋଦି

ନୂଆଦିଲ୍ଲୀ,୧୫ ।୮: ଦେଶର ୭୫ତମ ସ୍ୱାଧିନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଲାଲକିଲାରେ ଦେଶକୁ ସମ୍ବୋଧିତ କରିଛନ୍ତି । ଆଉ ଏକ ଲମ୍ବା ୮୮ ମିନିଟର ଭାଷଣକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ମୋଦି ତାଙ୍‌କ ସମ୍ବୋଧନରେ କୃଷକ, ଯୁବକ, ଦଳିତ, ଓବିସି ଆଦି ସମ୍ପର୍କରେ କହିଥିଲେ । ଏହାସହ ସେ ଆତ୍ମନିର୍ଭର ଭାରତ, ଅମୃତ ଉତ୍ସବ ସଂକଳ୍ପ କଥା ବି କହିଥିଲେ । ମିଳିଥିବା ସୂଚନା ମୁତାବକ ମୋଦି ତାଙ୍‌କ ୮୮ ମିନିଟର ଭାଷଣ ମଧ୍ୟରେ ‘ଭାରତ’ ଶବ୍ଦର ବ୍ୟବହାର ସବୁଠାରୁ ଅଧିକ ୬୬ ଥର କରିଛନ୍ତି । ସେହିପରି କୃଷକ ଶବ୍ଦକୁ ୨୯ ଥର ଉଚ୍ଚାରଣ କରିଛନ୍ତି ପ୍ରଧାନମନ୍ତ୍ରୀ, ୧୭ ଥର ଯୋଜନା ଶବ୍ଦ, ଗାଁ, ସ୍ୱାଧିନତା ଓ ମ୍ୟାନୁଫାକ୍‌ଚରିଂ ଶବ୍ଦକୁ ୧୫-୧୫ଥର ଉଚ୍ଚାରଣ କରିଛନ୍ତି । ସୂଚନାଯୋଗ୍ୟ, ଲାଲକିଲାରେ ମୋଦିଙ୍କର ଏହି ଭାଷଣ ତୃତୀୟ ଲମ୍ବା ଭାଷଣ । ଏହାଠାରୁ ଲମ୍ବା ଭାଷଣ ସେ ୨୦୧୬ରେ ୯୪ ମିନିଟରେ ଶେଷ କରିଥିଲେ । ୨୦୧୯ରେ ୯୨ ମିନିଟ ଭାଷଣ ମଧ୍ୟ ଦେଇଥିଲେ ପ୍ରଧାନମନ୍ତ୍ର ।

Share