ଭୋକେଶନାଲ ଟ୍ରେନର୍ସଙ୍କ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଧାରଣା

ଭୁବନେଶ୍ୱର,୧୦।୩(ବ୍ୟୁରୋ): ସ୍ଥାୟୀ ନିଯୁକ୍ତି ସର୍ତ୍ତାବଳୀ ଲାଗୁ ଓ ପୂର୍ଣ୍ଣ ଶିକ୍ଷକତା ମାନ୍ୟତା ଦାବି ନେଇ ଭୋକେଶନାଲ ଟ୍ରେନର୍ସ ସଂଘ ପକ୍ଷରୁ ଲୋୟର ପିଏମ୍‌ଜିରେ ଧାରଣା ଦିଆଯାଇଛି। ଏଥିସହ ସମାନ କାମକୁ ସମାନ ଦରମା ଅନ୍ୟ ଏକ ଦାବି ରହିଛି। ଉଭୟ ଦାବି ନେଇ ବିଭିନ୍ନ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲେ ମଧ୍ୟ ଦାବି ପୂରଣ ନ ହେବାରୁ ସଂଘ ଗୁରୁବାରଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାକୁ ଓହ୍ଲାଇଛି।

ରାଜ୍ୟରେ ୨୦୧୬ରୁ ଭୋକେଶନାଲ ଶିକ୍ଷା ଆରମ୍ଭ ହୋଇ ୬ବର୍ଷ ଅତିକ୍ରମ କରିଥିଲେ ମଧ୍ୟ କାର୍ଯ୍ୟରତ ୨୧୨୨ ଭୋକେଶନାଲ ପ୍ରଶିକ୍ଷକ ଅନେକ ସମସ୍ୟା ଭିତରେ ରହିଥିବା ସଂଘ ସମ୍ପାଦକ ଶେଖ ବେଲାଲ ଉଦ୍ଦିନ କହିଛନ୍ତି। ସଂଘ ସଭାପତି ସୁନୀଲ କୁମାର ଦେବତା ପ୍ରମୁଖଙ୍କ ନେତୃତ୍ୱରେ ଭୋକେଶନାଲ ପ୍ରଶିକ୍ଷକମାନେ ଶାନ୍ତିପୂର୍ଣ୍ଣ ଧାରଣାରେ ବସିଛନ୍ତି।

Share